ଦେବୀନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ର ନିଖୋଜ ୪୮ଘଂଟା ପରେ ମିଳିଲା ଶବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ସୀମାନ୍ତ ଅଂଚଳର କାକଟପୁର ଥାନା ଅନ୍ତର୍ଗତ ଭଣ୍ଡିସାହି ଗ୍ରାମର ୟୁଜିଏମଏସ୍ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ରବିବାର ଦେବୀନଦୀରେ ବୁଡି ନିଖୋଜ ହୋଇଥିଲେ । ୪୮ଘଂଟା ଖୋଜାଖୋଜି କରିବା ପରେ ମଙ୍ଗଳବାର ନିଖୋଜ ଛାତ୍ର ଜଣଙ୍କ ବୁଡି ଯାଇଥିବା ସ୍ଥାନରେ ଭାସିଥିବାର ଦେଖିବାକୁ ମିଳିଥିଲା । ପରେ ଶବକୁ ନଦୀପଠାକୁ ଅଣାଯାଇଥିଲା । ନିଖୋଜ ଛାତ୍ର ଜଣକୁ ଖୋଜିବା ପାଇଁ ନାଉଗାଁ, ବାଲିକୁଦା ଅଗ୍ନିଶମ ବାହିନୀଙ୍କ ସମେତ ଓଡ୍ରାଫ ଦଳର ସହାୟତା ନିଆଯାଇଥିଲା । ଶବ ମିଳିବା ପରେ କାକଟପୁର ଥାନା ପକ୍ଷରୁ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି । ଗତ ରବିବାର ଠାରୁ ନିଖୋଜ ଛାତ୍ରକୁ ନଦୀର ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ କୌଣସି ପତା ମିଳି ନଥିଲା । ଏପରିକି ଗ୍ରାମର କିଛି ଯୁବକ ମଧ୍ୟ ନଦୀରେ ପଶି ମୃତ ଛାତ୍ରଙ୍କୁ ଖୋଜି ଥିଲେ । ନିଖୋଜ ଛାତ୍ର ଜଣଙ୍କ ହେଲେ ଭଣ୍ଡିସାହି ଗାଁର ରୋହିତ ସ୍ୱାଇଁଙ୍କ ପୁଅ ଚନ୍ଦନ ସ୍ୱାଇଁ(୧୫) । ସୂଚନା ଅନୁସାରେ ରବିବାର ମଧ୍ୟାହ୍ନ ସମୟରେ ଚନ୍ଦନ ନିଜ ଗାଁର କିଛି ସାଙ୍ଗ ପିଲାଙ୍କୁ ଧରି ଦେବୀନଦୀକୁ ପହଁରା ଶିଖାଇବାକୁ ଯାଇଥିଲେ । ପହଁରା ଶିଖାଇବା ସମୟରେ ତାଙ୍କ ସାଙ୍ଗ ମଧ୍ୟରୁ ଜଣେ ନଦୀରେ ବୁଡି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ନିଜେ ନଦୀରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକ ଖବର ପାଇ ନଦୀ ମଧ୍ୟରେ ଖୋଜା ଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ