ଭିନ୍ନକ୍ଷମର ଦୁଃଖ, ବୁଝିବ କି ପ୍ରଶାସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସତରେ ଦୁନିଆ କଣ ଏତେ ସ୍ୱାର୍ଥପର।ଆଉ ରୋଜଗାର କରିପାରିଲେନି ବୋଲି ସଭିଏଁ ଏବେ ପରକରିଦେଲେ । ନିଜ ସ୍ତ୍ରୀ ଭାଇ ଭଉଣୀ କେହି କଣ ନିଜର ନୁହଁ। ଏଭଳି ପ୍ରଶ୍ନ ନେଇ ଘୁରି ବୁଲୁଛନ୍ତି ଭିନ୍ନକ୍ଷମ ଉମାକାନ୍ତ। ଉମାକାନ୍ତ ଜନ୍ମରୁ ପୋଲିଓ ରୋଗଗ୍ରସ୍ତ ହୋଇମଧ୍ଯ ନିଜେ ରୋଜଗାର କରି ନିଜ ସାମର୍ଥ୍ୟ ମୁତାବକ ଘର ଚଳାଉଥିଲେ । ହେଲେ ୪ବର୍ଷ ହେବ ମେରୁଦଣ୍ଡ ରେ ସମସ୍ଯା ବାହାରିବାରୁ ଆଉ କାମଧନ୍ଦା କରିବାକୁ ଅସମର୍ଥ ହୋଇଗଲେ। । ରୋଜଗାର ଥିବା ଯାଏଁ ସମସ୍ତେ ପଚାରୁଥିଲେ । ହେଲେ ରୋଜଗାର କରିନପାରିବାରୁ ଏବେ ଭାଇ ହୋଇଛି ଭଗାରି, ଏପରିକି ସାତଜନ୍ମର ସାଥି ପାଇଁ ହାତଧିରିଥିବା ନିଜ ସ୍ତ୍ରୀ ମଧ୍ଯ ଦୁର୍ ଦୁର୍ ମାର୍ ମାର୍ କରୁଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବେତିରା ଗ୍ରାମର ଭିନ୍ନକ୍ଷମ ଉମାକାନ୍ତ ପଣ୍ଡା ଙ୍କ ଜୀବନରେ ଏବେ କଳାବାଦଲ ଛାଇ ହୋଇ ଯାଇଛି। ଭିନ୍ନକ୍ଷମ ହୋଇଥିବାରୁ ନିଜ ଭାଇ ଚଞ୍ଚକତା କରି ପୈତୃକ ସମ୍ପତି କୁ ମାଡି ବସିଥିବା ଅଭିଯୋଗ କରିଛନ୍ତି ଉମାକ୍ତାନ୍ତ । ସେପଟେ ବାହାଘର ପରେ ନିଜ ଶଶୁର ଘରେ ରହୁଥିବାବେଳେ କିଛି ଦିନ ପରେ ତାଙ୍କ ମେରୁଦଣ୍ଡ ସମସ୍ୟା ଯୋଗୁ କାମଧନ୍ଦା ନକରିପାରିବାରୁ ସେମାନେ ମଧ୍ଯ ଘରୁ ତଡ଼ି ଦେଇଛନ୍ତି । ଲୋକଙ୍କ ଦୟାରେ ଯେତେବଳେ ଯାହା ମିଳୁଛି ସେଥିରେ ଭୋକିଲା ପେଟେ ଟା ଟିକିଏ ଶାନ୍ତି ପାଉଛି ତ ଆଉ କେତେବଳେ ସେମିତି ଉପବାସ ରେ ଦିନ କଟୁଚି । ପର ବାରଣ୍ଡା ଓ ଫୁଟପାତ୍ ରେ କଟୁଛି ରାତି ।ମାସିକ ସରକାର ଯୋଗାଉଥିବା ୫୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ଓ ସରକାରି ଟ୍ରାୟ ସାଇକେଲ ଏକମାତ୍ର ତାଙ୍କର ଏବେ ଭରଷା । ମୁଣ୍ଡରେ ଛାତ ଟିଏ ଓ କୌଣସି ଏକ ରୋଜଗାର ପନ୍ଥା ପାଇଁ ବିଭିନ୍ନ ସରକାରୀ ବାବୁ ଙ୍କୁ ଗୁହାରି କଲେ ମଧ୍ଯ କେହି ଶୁଣୁନଥିବା କହିଛନ୍ତି ଉମାକାନ୍ତ । ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ନ୍ଯାୟ ପାଇଁ ଧାରଣାରେ ବସିଥିବା ବେଳେ ଟ୍ରାଇ ସାଇକେଲ ଧରି ସେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବେ ବୋଲି ଆଶା ବାନ୍ଧିଛନ୍ତି ଉମାକାନ୍ତ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ