ଦ୍ୱିତୀୟ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଶ୍ୟାମାକାଳୀ ଯୁବକ ସଂଘ ଓ ବ୍ରହ୍ମପୁର ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଦ୍ୱିତୀୟ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ କିପରି ଗ୍ରାମାଞ୍ଚଳ ର ଯୁବକ ମାନେ କ୍ରୀଡା କ୍ଷେତ୍ରରେ ଅଗ୍ରାଧିକାର ପାଇବା ସହ ଜାତୀୟ ସ୍ତରରେ କିପରି ଭାଗନେବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ ଉମା ଚରଣ ରେଡି ଯୋଗ ଦେଇ ଗ୍ରାମାଞ୍ଚଳରେ ଯୁବକ ଭାଇମନେ କିଭଳୀ ଉନ୍ନତ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଲେ ବହୁତ ଭଲ ହୋଇପାରିବ ସେ କହିଥିଲେ l ସେହିପରି ଆମ ଅଞ୍ଚଳର ଗଞ୍ଜାମ ଟାଇକୋଣ୍ଡ ର କୋଚ ଇ ଲଳିତ କୁମାର ଯୋଗଦେଇ ଗ୍ରାମାଞ୍ଚଳରେ ଯୁବକ ଯୁବତୀ ମାନେ କିଭଳି କ୍ରୀଡା କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିବା ସହ କିଭଳି ଜଣେ ଶାରୀରିକ ସକ୍ଷମ ହୋଇପାରି ଚାକିରି କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ ଅବଗତ କରାଇଥିଲେ l ଏଥିସହ ସ୍ଥାନୀୟ ଖେଳ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାର(ବଡମାଧପୁର ହାଇ ସ୍କୁଲ), କୈଳାଶ ଶତପଥୀ (ସୋରଡ଼ା ହାଇ ସ୍କୁଲ), ପ୍ରିୟ ରଞ୍ଜନ ପାତ୍ର ( ଚମାଖଣ୍ଡି ହାଇ ସ୍କୁଲ), ବିକାଶ ଗୌଡ଼,( କେଏମପି ସ୍ପୋର୍ଟ୍ସ ଏକାଡେମୀ କୋଚ ) ଯୋଗଦେଇ ସମସ୍ତ ଖେଳକୁ ସୂଚାର ରୂପେ ପରିଚାଳନା କରିଥିଲେ, ଏଥିରେ ଉଭୟ ପୁରୁଷ ଓ ମହିଳା ର ଜୁନିଅର ଓ ସିନିୟର୍ ବର୍ଗରେ ପ୍ରାୟ 500ଜଣ ଭାଗନେଇଥିଲେ ଗ୍ରୁପ ଖେଳରେ କବାଡି ଓ ଭଲି ଥିବାବେଳେ ସିଙ୍ଗଲ ଇଭେଣ୍ଟରେ ଦୌଡ଼, ଜଭାଲିନ, ଡିସକସ, ସଟଫୁଟ ଓ ଲଙ୍ଗଜମ୍ପ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ସର୍ଟିଫିକେଟ ସହ ଟ୍ରଫି ସମାଜ ସେବକ ନିହାର ରଞ୍ଜନ ନାୟକଙ୍କ ଦ୍ଵାରା ପ୍ରଦାନ କରାଗଲା ଏବଂ ଶ୍ୟାମାକାଳୀ ଯୁବକ ସଂଘ ର ସଭାପତି ଏସ ଯୁଧିଷ୍ଟିର ରେଡି ଓ ସେକ୍ରେଟାରୀ ସିବରଞ୍ଜନ ସାହୁ, ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ଦିଲ୍ଲୀପ ବେହେରା, ରଘନାଥ ବେହେରା, ମହେନ୍ଦ୍ର ଗୌଡ଼, ରଞ୍ଜିତ ରାଉଳ, ଟି କିଶୋର ରେଡ୍ଡୀ, ନାରାୟଣ ବେହେରା, ବିରେନ୍ଦ୍ର ବେହେରା, ଦେବାଶିସ ବେହେରା, ରମେଶ ପାତ୍ର, ସୁଦର୍ଶନ ମହାରଣା, କାହ୍ନା ମହାରଣା, ପଦ୍ମ ଲାଭ ସାହୁ, ଏନ ସତ୍ୟନାରାୟଣ ରେଡ୍ଡୀ, ବାପୁ ସ୍ୱାଇଁ ନାରାୟଣ ପରିଡ଼ା, ସନ୍ତୋଷ ରେଡ୍ଡୀ, ସମ୍ଭୁ ସ୍ୱାଇଁ ଓ ଅନ୍ୟାନ୍ୟ ମେମ୍ବର ମାନେଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ ସମାଜ ସେବୀ ଭଗବାନ ବେହେରା,ପୁର୍ବତନ ସରପଞ୍ଚ ଶରତ ଖୁଣ୍ଟିଆ, କିଶୋର ଭାଇ ଏବଂ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ