ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗାଡି ମାଲିକ
ଗୁଜୁରାଟ- ମୋଟରଜାନ ଆଇନ୍ ରେ କେନ୍ଦ୍ରସରକାର ସଂସ୍କାର ବ୍ୟାପକତପରିବର୍ତ୍ତନ ଆଣିବପରେ ଏବେ ଗାଡିଚାଳକଙ୍କ ମଧ୍ୟରେ ଛନକା ପଶିଛି । ନୂଆ ମୋଟରଜାନ ନିୟମ ଲାଗୁ ହେବାପରେ ପୂର୍ବଅପେକ୍ଷା ପୁଲିସ ଏବେ ଅଧିକ ଶାଳିତ ହୋଇଛି । ପ୍ରତିଦିନ ଭିନ୍ନଭିନ୍ନ ଚତ୍ର ସାମ୍ମାନକୁ ଆସିଛି କେଉଁଠି ଦେଖିବାକୁ ମିଳିଛି ଗାଡି ଦାମ୍ ଠାରୁ ଅଧିକ ଚାଲାଣ କଟୁଛି ତ ଆଉ କେଉଁଠି ପୁଲିସର ଚାଲାଣକୁ ଦେଖି ରାସ୍ତା ଉପରେ ଗାଡି ରଖି ପଳାଉଛନ୍ତି ଗାଡି ମାଲିକ । ଗୁଜୁରାଟରେ ଏହାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଜଣେ କାର୍ ମାଲିକଙ୍କ ଠାରୁ ପୁଲିସ ଯେତିକି ଚାଲାନ୍ କାଟିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନାଅନୁସାରେ ଶୁକ୍ରବାର ଗୁଜରାଟ ଅହମ୍ମଦାବଦ ନଗରର ସିନ୍ଧୁଭବନ ରୋଡ ନିକଟରେ ନାମୀଦାମି ଗାଡି ପର୍ସି ଚଢୁଥିବା ଜଣେ ମାଲିକଙ୍କୁ ପୋଲିସ ଅଟକାଇଥିଲେ। ଗାଡି ମାଲିକଙ୍କର ନମ୍ବର ପ୍ଲେଟ, କାଗଜପତ୍ର ଓ ଲାଇସେନ୍ସ ନ ଥିବାରୁ ତାଙ୍କଠାରୁ ହଜାରେ କି ଦୁଇ ହଜାର ନୁହେଁ ବରଂ ୯ଲକ୍ଷ ୮୦ ହଜାର ଟଙ୍କାର ପୋଲିସ ଚାଲାଣ କାଟିଥିବା ଜଣାପଡ଼ିଛି। ପର୍ସି ଗାଡିର ଦାମ୍ ୨କୋଟି ହୋଇଥିବା ବେଳେ ଏହା ଏବେ ପର୍ୟ୍ୟନ୍ତର ସର୍ବାଧିକ ଚାଲାଣ ବୋଲି କୁହାଯାଉଛି।


