ଆନନ୍ଦପୁର ବାଳିକା ବିଦ୍ୟାଳୟର ୧୯୭୬ ମସିହା ବ୍ୟାଚ ଛାତ୍ରୀଙ୍କ ସମାରୋହ
ହାଟଡିହି, (ବିକାଶ ବିଶ୍ୱାଳ):ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନନ୍ଦପୁରର ୧୯୭୬ବ୍ୟାଚର ଛାତ୍ରୀ ମାନଙ୍କ ଏକ ସମାରୋହ ଛେନାପଦିଛକ ସ୍ଥିତ ମାତୃକୃପା ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ଛାତ୍ରୀ ନିରୁପମା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳ୍ପନା ମିଶ୍ର, ସରୋଜିନୀ ପାଢ଼ୀ, କୁଞ୍ଜ ପାଢ଼ୀ, ଫୁଲ କୁମାର ଖୁଣ୍ଟିଆ, କନକଲତା ବେହେରା, ମିନାକ୍ଷୀ ନାୟକ, ବିଷ୍ଣୁପ୍ରୀୟା ବେହେରା, ପୁଷ୍ପଲତା ଦାସ, ପଦ୍ମିନୀ ସାହୁ, ମନୋରମା ପାତ୍ର, ଇଶ୍ୱରୀ ପାତ୍ରଙ୍କ ସମେତ ବହୁ ଛାତ୍ରୀ ଯୋଗଦେଇ ଦୀର୍ଘ ୩୭ବର୍ଷ ପରେ ଏକାଠି ହୋଇଥିବାରୁ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହିତ ପରପଷ୍ପର ଭିତରେ ଭାବବିନିମୟ କରିଥିଲେ । ପ୍ରାରମ୍ଭରେ ପ୍ରଭୂ ଗଣନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପ ଦ୍ୱୀପ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସମସ୍ତେ ନିଜ ନିଜର ସ୍ମୃତିକୁ ସ୍ମରଣ କରିବା ସହିତ ନିଜ ନିଜର ସାଂସାରିକ ଅନୁଭୁତିକୁ ବର୍ଣ୍ଣନା କରିଥିଲେ । ଶେଷରେ କଳ୍ପନା ମିଶ୍ର କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋକପାତ କରି ଆଜିର ଏହି ସମାବେଶରେ ଯୋଗଦେବାକୁ ବହୁ ଦୁର ଦୁରାନ୍ତରୁ ସହପାଠୀ ମାନେ ଛୁଟି ଆସିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।


