ଘଣ୍ଟା ଘଣ୍ଟା ଧରି ଗାଡି ଚଳାଚଳ ବ୍ୟାହତ

ହାଟଡିହି, (ବିକାଶ ବିଶ୍ୱାଳ):ଠିକାଦାରଙ୍କ ମଗର୍ଜିରେ ଚାଲିଛି ଢ଼େଙ୍କା ସୋସୋ ରାସ୍ତା କାମ । ଡାଇଭର୍ସନ ରାସ୍ତା ନକରି କଲଭଟ ନିର୍ମାଣ ପାଇଁ ରାସ୍ତା ଖୋଳି ଦେବାରୁ ଆଜି ସକାଳେ ଘଣ୍ଟା ଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ପରେ ଏକ ଛୋଟିଆ ଡାଇଭର୍ସନ ରାସ୍ତା ନିର୍ମାଣ କରାଯିବାପରେ ଗାଡି ଚଳାଚଳ କରିଥିଲା । ସୁଚନାରୁ ଜଣାଯାଇଛି ଯେ ଢ଼େଙ୍କା ସୋସୋ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି । ଢ଼େଙ୍କା ଠାରୁ ସୋସୋ ମଧ୍ୟରେ ୩/୪ଟି କଲଭଟ ନିର୍ମାଣ ହେବାକୁ ଥିବାବେଳେ ଠିକାସଂସ୍ଥା ଗତକାଲି ଠାରୁ ୨ଟି କଲଭଟ ପାଇଁ ପୁରୁଣା ପୋଲିଆ ଗୁଡିକ ଖୋଳି ଦେଇଛି । କିନ୍ତୁ ଡାଇଭର୍ସନ ରାସ୍ତା ଗୁଡିକ ନିର୍ମାଣ କରିନଥିବାରୁ ଏହି ରାସ୍ତାଦେଇ ଯାଉଥିବା ବସ ଗୁଡିକ ଯାତାୟତ କରିବାରେ ବାଧା ଉପୁଜିଛି । ଆଜି ସକାଳେ କଲଭଟ ଖୋଳା ନିକଟରେ ରାସ୍ତା ଉପରେ ମାଟି ପକାଇ ଦେଇଥିବାରୁ ୨ଟି ଯାତ୍ରୀବାହୀ ବସ ଦୀର୍ଘ ସମୟଧରି ଅଟକି ରହିଥିଲା । ଯାହାକୁନେଇ ଯାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋେ ପ୍ରକାଶ ପାଇଥିଲା । ପରେ ମେସିନି ସାହାଯ୍ୟରେ ମାଟି ଉଠାଇବାପରେ ଡାଇଭର୍ସନ ରାସ୍ତାକୁ ଠିକ କରିବାପରେ ବସ ଗୁଡିକ ରାସ୍ତାପାର ହୋଇଥିଲା । କିନ୍ତୁ ଯେଉଁ ଡାଇଭର୍ସନ ରାସ୍ତା ହୋଇଛି ସେହି ରାସ୍ତାଦେଇ ଚୋଯ ଗାଡି ବ୍ୟତିତ ବାସ, ଟ୍ରକ ଚଳାଚଳ କରିପାରିବ ନାହିଁ ବୋଲି କୁହାଯାଉଛି । ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ