ସିଲ୍କ ସିଟି ମହୋତ୍ସବ ଅଧିକ ଆକର୍ଷଣୀୟ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଶ୍ବ ହକି ଅବସରରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପଲ୍ଲିଶ୍ରୀ ମେଳା ଏବଂ ରେଶମ ସହରର ମହୋତ୍ସବ (ସିଲ୍କ ସିଟି ଫିଷ୍ଟିଭାଲ) । ବ୍ରହ୍ମପୁର ସହରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆ ଠାରେ ଏହି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଳିତ ଜାନୁୟାରୀ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଗତ ମାସରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାଟିରେ ଖାଦ୍ୟ ସାମଗ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ହାତ ତିଆରି ସାମଗ୍ରୀ ପ୍ରଭୃତି ପରିଦର୍ଶନ ସାଙ୍ଗକୁ ୧ କୋଟି ୨୦ଲକ୍ଷ ଟଙ୍କାର ବିକ୍ରିବଟା ହୋଇ ପାରିଥିଲା । ଏହା ଦ୍ବାରା ଗ୍ରାମୀଣ ମା ମାନେ ଅନେକ ଲାଭବାନ ହୋଇପାରିଥିଲେ । ଚଳିତ ପଲ୍ଲିଶ୍ରୀ ମେଳାରେ ମଧ୍ୟ ନୂତନ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରିବଟା ହେବ । ଏହି ପଲ୍ଲିଶ୍ରୀ ମେଳାରେ ବହୁତ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ, ଖାଇବା ସାମଗ୍ରୀ ପ୍ରଭୃତି ବିକ୍ରି ହେଲେ ଅଧିକ ଲାଭାନ୍ବୀତ ହେବେ ବୋଲି ଆଶା କରାଯାଉଛି । ଏହି ପଲ୍ଲିଶ୍ରୀ ମେଳାଟିରେ ୧୫୦ ଗୋଟି ଷ୍ଟଲ ହେବ । କାଠ କାରୁକାର୍ଯ୍ୟ, ଧୂପକାଠି ପ୍ରସ୍ତୁତି ପ୍ରଣାଳୀ, ହସ୍ତତନ୍ତ ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶୀତ ହେବ । ଏହି ମେଳାରେ ଖାଦ୍ୟ ସାମଗ୍ରୀ ମଧ୍ୟ ପରିବେଷଣ ସହିତ ଜନ ସାଧାରଣ ଖାଇବାର ମଜା ନେଇ ପାରିବେ । ପ୍ରତ୍ୟେକ ଦିନ ସଂଧ୍ୟାରେ ହଲିଉଡ୍. ବଲିଉଡ୍ କଳାକାରଗଣ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ୧୩ ତାରିଖ ଦିନ ବଲିଉଡ୍ କଳାକାର ବେନି ଦୟାଲ୍ ଓ ଲିଶା ମିଶ୍ର, ୧୪ ତାରିଖଦିନ ନିତି ମୋହନ, ଋତୁରାଜ୍. ଗୀତା ମାଧୁରୀ ଓ ମାନୋ ୧୫ ତାରିଖରେ ଉଦିତ୍ ନାରାୟଣ ଓ ଆଦିତ୍ୟ ନାରାୟଣ, ୧୬ ତାରିଖ ରେ ଦିଶା ପାଟାନୀ,ନାକାଶ୍ ଅଜିଜ୍, ସିମାକ୍ ଓ ୧୭ ତାରିଖରେ ସାନ୍ ଏହା ସହିତ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗଞ୍ଜାମର ଲୋକକଳା ନୃତ୍ୟ, ଓଡିଶୀ ନୃତ୍ୟ ସହିତ ଭାରତ ନାଟ୍ୟମ୍, ବିହୁ, ମୋହିନୀ ନାଟ୍ୟମ୍, ମଣୀପୁରୀ, ଝୁମର୍, କଥକ୍ ଏବଂ ଆଧୁନିକ ନୃତ୍ୟ ପରିବେଷଣ ହେବ । ଏହି ମହୋତ୍ସବକୁ ବହୁସଂଖ୍ୟାରେ ଯୋଗଦାନ କରି ମହିଳା ମା ମାନଙ୍କ ହାତ ତିଆରି ସାମଗ୍ରୀ କିଣି ନେଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ପ୍ରୋତ୍ସାହନ ଦେବା ସହିତ କଳାକାର ମାନଙ୍କ କଳା ପ୍ରଦର୍ଶନ ଦେଖି ମଜା ନେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ