ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଦିବସ ପାଳିତ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ର ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ କଲେଜ ର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ଯାପିକା ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ, ଆନନ୍ଦ ଗୌଡ଼,ବସନ୍ତ ଗୌଡ଼,ଆଖଣ୍ଡଳମଣି ବେହେରା,ଦେବୀପ୍ରସାଦ ପଟ୍ଟନାୟକ, ଜୟନ୍ତୀ ବେହେରା ଓ କିରାଣୀ ତ୍ରୀନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଜିର ଯୁବ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ଜାତି ର ଯଶ ଗୌରବ ରକ୍ଷା କରିବା ପାଈଁ ଉତ୍ସାହିତ କରିଥିଲେ। ଶେଷରେ ଯୁବ ରେଡ୍ କ୍ରସ୍ ସଞ୍ଜୋଜିକା ଏନ୍ ପଦ୍ମବତୀ ଛାତ୍ରଛାତ୍ରୀ ଙ୍କୁ ବିବେକାନନ୍ଦ ଙ୍କ ଜୀବନାଦର୍ଶ କୁ ଅନୁସରଣ କରି ଆଗାମୀ ଭବିଷ୍ୟତ ର ଜଣେ ଯୁବ ସ୍ଵେଚ୍ଛାସେବୀ ଭୂମିକା ସମ୍ପର୍କରେ ପରାମର୍ଶ ଦେଇ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ