ଘୋଡାହାଡ଼ ପାଣି ପଞ୍ଚାୟତ ପକ୍ଷରୁ ଆଲୋଚନା ସଭା   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଘୋଡାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାଗୃହ ରେ ବୁଧବାର ପାଣି ପଞ୍ଚାୟତ ର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ।ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଘୋଡାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ. ଗୋପାଳ ରାଓ,ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ଚାଷ ସେଚାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ (କାଡ଼ା) ସହକାରୀ ଯନ୍ତ୍ରୀ  ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଚଳିତବର୍ଷ ରବି ଫସଲ ପାଇଁ କେନାଲ ରେ ପାଣି ଛଡାଯିବ ନାହିଁ ବୋଲି ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।କେନାଲ ସଂଲଗ୍ନ ଅଞ୍ଚଳ ରେ କିଛିବ୍ୟକ୍ତି ଗୁହାଳ ନିର୍ମାଣ ସହ ପନିପରିବା ଚାଷ କରୁଥିବା ରୁ ଜଳସମ୍ପଦ ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଅନୁଧ୍ୟାନ କରି ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ସଭାରେ ସହମତି ପ୍ରକାଶ ପାଇଥିଲା। ଦିଗପହଣ୍ଡି ୨ ନଂ ପାଣି ପଞ୍ଚାୟତ ଅଧିନରେ ଥିବା ବହୁ ଚାଷ ଜମି କୁ ଘୋଡାହାଡ଼ କେନାଲ ପାଣି ମାଡୁଥିଲେ ମଧ୍ୟ ତାହାର ଉନ୍ନୟନ ପାଇଁ ସ୍ୱଳ୍ପ ଅନୁଦାନ ମିଳୁଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ତେଣୁ ଉକ୍ତ ପାଣି ପଞ୍ଚାୟତ କୁ ଆବଶ୍ୟକ ଅଧିକା ଅନୁଦାନ ଅର୍ଥ ରାଶି ପ୍ରଦାନ ନିମନ୍ତେ ସଭାରେ ଆଗତ ପ୍ରସ୍ତାବ କୁ ଅନୁମୋଦନ କରାଯାଇଥିଲା।ସେହିପରି ସମୁଦାୟ ୨୧ ଟି ପାଣି ପଞ୍ଚାୟତ ଅଧିନରେ ଥିବା ସମସ୍ତ ଚାଷ ଜମି ରେ ଚାଷ ସେଚାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ  (କାଡା) ପକ୍ଷରୁ କର୍ନାଳି ନିର୍ମାଣ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା କୁ ସଭାରେ ମତପ୍ରକାଶ ପାଇଥିଲା।ଏହି ସଭାରେ ପାଣି ପଞ୍ଚାୟତ ଶୀର୍ଷ କମିଟି ର ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗୌଡ଼, ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର,ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ,ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର,ପାଣି ପଞ୍ଚାୟତ କାର୍ଯ୍ୟକର୍ତ୍ତା ଏମ. ବାଇନାଥ,କିଶୋର ଜେନା,ରାଜେନ୍ଦ୍ର ଦୋରା,ମୁରଲୀ ପାତ୍ର ଙ୍କ ସମେତ ୨୧ ଟି ପାଣି ପଞ୍ଚାୟତ ର ସଭାପତି,ସମ୍ପାଦକ ଏବଂ କୋଷାଧ୍ୟକ୍ଷ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ