ମହିଳା କ୍ରିକେଟ ଖେଳାଳି ଙ୍କ ମୃତ୍ୟୁ ପରେ ଶୋକ ର ଛାୟା
ନିମାପଡ଼ା, (ସନ୍ତୋଷ ଦାଶ):ଅଲରାଉଣ୍ଡର ମହିଳା କ୍ରିକେଟ ଖେଳାଳୀ ରାଜଶ୍ରୀ ସ୍ବାଇଁଙ୍କ ନିଖୋଜ ପରେ ମୃତ୍ୟୁ ଖବରକୁ ନେଇ ଏବେ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମ ରେ ଶୋକ ର ଛାୟା ଖେଳିଯାଇଛି।ଏ ଖବର ଶୁଣିବା ପରେ ତାଙ୍କ ସହପାଠୀ ଓ ବନ୍ଧୁ, ପରିଜନ ମାନେ ହତବାକ ହୋଇ ପଡ଼ିଛନ୍ତି । ତାଙ୍କ ମୃତୁ ଖବର ପାଇ ଗାଁ ସାହି ପଡିଶା ସମସ୍ତଙ୍କ ଆଖି ରେ ଲୁହ ଦେଖାଯାଇଛି। ପରିବାରର ଦରିଦ୍ରତା ସତ୍ତ୍ୱେ ଦୀର୍ଘ ୧୫ ବର୍ଷ ହେଲା କଟକରେ ରହି କ୍ରିକେଟ ଖେଳକୁ ନିଜର ନିଶା କରିଥିଲେ । ରାଜଶ୍ରୀ ବୁଧବାର ରାତିରେ ଫୋନ କରି କଥା ହୋଇଥିଲା ।ଆଉ ସେହି ସମୟରୁ ତା ଫୋନ ଲାଗୁନି ।ସେ କେବେବି ଆତ୍ମହତ୍ୟା କରିପାରିବନି ତା ସଙ୍ଗେ କିଛି ଘଟିଛି ବୋଲି ଅଭିଯୋଗ କରିଛନ୍ତି ମୃତ ରାଜଶ୍ରୀ ସାଙ୍ଗ ଆରତୀ କର।ସେପଟେ ଝିଅ ପ୍ରଶିକ୍ଷଣ ପାଇଁ ଯାଇଥିଲା ଯଦି ତାକୁ ଚୟନ କଲନି ।ତେବେ ସେ ଘରେ ପହଂଚିବା ଦାୟିତ୍ୱ କାହାର ।ଆଉ ଘରେ ପହଁଚିଲା କି ନାହିଁ ସେ ନେଇ କୋଚ ପରିବାର ଲୋକଙ୍କୁ ଜଣାଇପାରିଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହି ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।