ବିଶ୍ବମ୍ବର ଦାଶଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ
ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ୍ ଅନ୍ତର୍ଗତ ପ୍ରତାପ ଧନଞ୍ଜୟ ପୁର ଶାସନରେ ସ୍ବର୍ଗତ ବିଶ୍ବମ୍ବର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାହିତ୍ୟିକ ନିମାଇଁ ଚରଣ ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଧରଣୀ ଧର ପଣ୍ଡା, ସେବା ନିବୃତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ପୂର୍ବତନ ଜିଲ୍ଲା ଶିକ୍ଷକ ନେତା ହରେକୃଷ୍ଣ ପାତ୍ର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ଅଭୟ ପ୍ରସାଦ ପାଣିଗ୍ରାହୀ, ପ୍ରଶାନ୍ତ ନନ୍ଦ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଦାଶ ଙ୍କ ସ୍ମୃତି ଚାରଣ କରିଥିଲେ। ଶିକ୍ଷକ ବୈଷ୍ଣବ ଚରଣ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିରୁପାକ୍ଷ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଦୁଇ ପୁତ୍ର ପ୍ରତ୍ୟୁଷ ଦାଶ ଓ ପ୍ରଭାତ ଦାଶ,ଏବଂ ପୁତୁରା ଅନୁପ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।