ହାକାଥନ୍ ଉପରେ ଅଭିମୁଖିକରଣ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଓରିଏଣ୍ଟସନ ପ୍ରୋଗ୍ରାମ ଅନ ହାକାଥନ୍ , ଜାନୁଆରୀ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶଙ୍କର ଆଶୀଷ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଭାବଗ୍ରାହୀ ମହାରଣା ଯୋଗଦେଇଥିଲେ। ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼ ଓ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ (ସାଧାରଣ ଜ୍ଞାନ), ଇଂରାଜୀ ଡିବେଟ (ଟେକଲୋଜି ଏଣ୍ଡ ସୋସାଇଟି), ଓଡ଼ିଆ ବକୃତା (ସମାଜ ଗଠନରେ ପ୍ରଯୁକ୍ତି ବିଦ୍ୟାର ଭୂମିକା), ଇଂରାଜୀ ଏସେ (ୟୁଜ ଏଣ୍ଡ ଅବ୍ୟଉଜ ଅଫ ପ୍ଲାଷ୍ଟିକ) ଓ ଓଡ଼ିଆ ପ୍ରବନ୍ଧ (ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ନିରାକରଣ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ