ଗ୍ରାସୀମ ପକ୍ଷରୁ ସଡକସୁରକ୍ଷା ସପ୍ତାହ ପାଳନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ଏଚ.ଆର ନୋରୋଜ ପଟ୍ଟନାୟକ,,ମ୍ୟାନେଜର ଲିଗାଲ ଶୁଭେନ୍ଦୁ ରାଉତରାୟ,ସିକ୍ୟୁରୀଟି ହେଡ଼ ଲିପିକ ମହାନ୍ତି,କମରସିଆଲ ମୁଖ୍ୟ ନିଖିଲ ମହାପତ୍ର,ଇଆର ମୁଖ୍ୟ ପୁରୁଷୋତ୍ତମ ଶର୍ମା, ଅର୍ଗାନାଇଜର ନିରାମୟା ଶତପଥୀ, ସ୍କାଉଟ ମାଷ୍ଟର ସୁନୀଲ କୁମାର ଦାଶ,ଗାଇଡ଼ କ୍ୟାପଟେନ ଅର୍ଚ୍ଚନା ପଣ୍ଡା ଯୋଗଦେଇ ଏହି ଦିବସ ପାଳନର ଆବଶ୍ୟକତା ଓ ଦୁର୍ଘଟଣାରୁ ନିଜକୁ କିପରି ସୁରକ୍ଷା କରିପାରିବେ, ସରକାରଙ୍କ ନିୟମ ନ ମାନିଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଓ ଦୁର୍ଘଟଣାରେ ଆହତ ଵ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କଲେ ସରକାରଙ୍କ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ଆଲୋକପାତପାତ କରିଥିଲେ।ଏହି ପରିପ୍ରେକ୍ଷୀରେ ଜୟଶ୍ରୀ କେମିକାଲ ସ୍କୁଲର ଭାରତ ସ୍କ୍ୱାଉଟ ଓ ଗାଇଡ ର ବିଦ୍ୟାର୍ଥୀ ମାନେ ଏହି ସଚେତନତା ରାଲିରେ ବାହାରି ଲୋକଙ୍କୁ ସଚେତନତା କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ