ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବୀପତ୍ର ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ କୃଷକର ବିଭିନ୍ନ ସମସ୍ୟା ନେଇ ପୋଲସରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଗୁଡିକ ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମୟରେ ଯେଉଁସବୁ ଅସୁବିଧା ହେଉଛି ତାହାର ପ୍ରତିକାର ଉପରେ ଆଧାରିତ ଥିବା ଜଣାପଡିଛି। ସେମାନଙ୍କ ଦାବି ଗୁଡିକ ହେଲା :- ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ସୋସାଇଟି ଓ ମହିଳା ଗ୍ରୁପ ଦୈନିକ ୫୦୦ କୁଇଣ୍ଟାଲ ଧାନ କିଣାଯାଉ। ଏମ.ଆଇ ଏବଂ ସି.ଇଓ ମିଶନ ଶକ୍ତି ଦ୍ବାରା ମିଳିତ ଯୋଜନାକରି କାର୍ଯ୍ୟକାରୀ କରାଯାଉ। ଟୋକେନ ଲାପ୍ସ ହେବ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ ପାଇଁ କଡ଼ା ନିର୍ଦ୍ଦେଶ ଦୀୟଯାଉ। କେତେକ ସୋସାଇଟ ଓ ମହିଳା ଗ୍ରୁଫ୍ ଚାଷୀମାନଙ୍କୁ ମିଲରେ ଧାନ ଦେବାକୁ କହୁଥିବା ବିଷୟରେ ତାଗିଦ କରାଯାଉ। ପ୍ରତେକ ରାଜସ୍ୱ ଗ୍ରାମରେ ଧାନ କିଣା କେନ୍ଦ୍ର ଖୋଲି ନିୟମିତ ଧାନ କରେ କରାଯାଉ। ଚାଷୀଙ୍କ ଅଖା ଟଙ୍କା ଫେରାଇକୁ ନିର୍ଦ୍ଦେଶ ଦିଆଯାଉ। ଏଫ୍.ଏ.କିଉ ନାମରେ ମନମୁଖୀ ଶାସନ ବନ୍ଦ କରାଯାଉ। ପ୍ରତି ଗ୍ରାମରେ ଚାଷୀ କମିଟି ଗଠନ କରି ତାଙ୍କ ପରାମର୍ଶରେ ଧାନ କିଣାଯାଉ। ପ୍ରତି ସୋସାଇଟି ଓ ଗୃପରେ ପାନୀୟ ଜଳ, ଜରି ପାଲ ଗ୍ରେଡିଂ, ଓଜନ ମେସିନ ଏବଂ ଗୋଦାମ ଗୃହର ବ୍ୟବସ୍ଥା କରିବାକୁ ବାଧ୍ୟ କରାଯାଉ। ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଉ। ଧାନ କିଣା ବେଳେ ଚାଷୀଙ୍କୁ ଭେଣ୍ଡର ରସିଦ ଦେବାକୁ ବାଧ୍ୟ କରାଯାଉ। ଧାନ କିଣା ସମସ୍ୟା ଜଣାଇବା ପାଇଁ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ଜାରି କରାଯାଉ। ପଞ୍ଚାୟତ ସ୍ଥରରେ ଚାଷୀ କମିଟି, ରାଜସ୍ୱ ଅଧିକାରୀ, କୃଷୀ ଅଧିକାରୀ, ଏମଆଇ ମାନଙ୍କୁ ନେଇ କମିଟି ଗଠନ କରି ଠିକ ସମୟରେ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଉ। ଏହି ସବୁ ଦାବି ସମ୍ବଳିତ ଦରଖାସ୍ତ ତହସିଲଦାରଙ୍କୁ ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ନାହାକ, ବ୍ଲକ ସଭାପତି ସତ୍ୟବାନ ପ୍ରଧାନ, ଶଙ୍କର ଡାକୁଆ, ରଘୁନାଥ ପଣ୍ଡା, ବନମାଳୀ ସାହୁ, ପ୍ରଫୁଲ୍ଲ କୁମାର ଚୌଧୁରୀ, ବିପିନ ବିହାରୀ ପ୍ରଧାନ, ଶତ୍ରୁଘ୍ନ ରାଉତ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ