ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଚାରିଛକ ଥାନା ପରିଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଅଚାନକ ଚାରିଛକ ଥାନା ପରିଦର୍ଶନ କରିଥିଲେ ।ନୂତନ ଭାବେ ମାନ୍ୟତା ପାଇଥିବା ଥାନା ର ବିଭିନ୍ନ ସମସ୍ୟା ଯଥା କର୍ମଚାରୀ ,ଗାଡ଼ି ଓ ଭିତ୍ତିଭୂମି ର ଅନୁଧ୍ୟାନ କରିବା ସହିତ ଥାନା କିପରି ଚାଲିଛି ସେ ସଂପର୍କ ରେ ଥାନା ଅଧିକାରୀ ମମତା ବିଶ୍ବାଳ ଙ୍କୁ ପଚାରି ବୁଝିବା ସହିତ ଥାନା ପରିସର ବୁଲି ଦେଖିଥିଲେ । ଥାନା ରେ ଥିବା ସମସ୍ୟା ଉପରେ ସେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ସମସ୍ୟା ଗୁଡ଼ିକ ର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ ଥାନା ରେ ଥାନା ଅଧିକାରୀ ମମତା ବିଶ୍ଵାଳ , ଏ ଏସ ଆଇ ଶିଶିର ମହାନ୍ତି ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ