ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସି ଅନ୍ତର୍ଗତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାନୁଆରୀ ୨୮ ତାରିଖ ଦିନ ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ ଅଧ୍ୟକ୍ଷତା କଟିଥିଲେ। ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅଭିଭାବକ ଶିକ୍ଷକ ସଂଘ ସଂଯୋଜକ ଅଧ୍ୟାପକ ଶିଶିରକାନ୍ତ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସପାଲ ଶ୍ରୀ ପରମଗୁରୁ, ଅଧ୍ୟାପକ ମନୋଜ କୁମାର ପାଢୀ, ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, ଅଧ୍ୟାପକ ଡକ୍ଟର ଆଶିଷ କୁମାର ପ୍ରଧାନ ଓ ଶିଶିରକାନ୍ତ ବିଷୋୟୀ ଏବଂ ଅଭିଭାବକମାନଙ୍କ ମଧ୍ୟରୁ ଆଡଭୋକେଟ ରମେଶ ଚନ୍ଦ୍ର ପ୍ରଧାନ, ନାରାୟଣ ବେହେରା, ସୁଶାନ୍ତ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଭୟ ଅଭିଭାବକ ଓ ଶିକ୍ଷକ ବୃନ୍ଦଙ୍କ ସମାନ ଦାୟିତ୍ୱ ରହିଥିବା ମତ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ନଦେବା, ଘରେ ଅଧ୍ୟୟନରେ ବ୍ରତୀ ରହିବା, ନୈତିକ ଶିକ୍ଷା ପ୍ରଦାନ କରିବା ପ୍ରଭୃତି ପ୍ରସ୍ତାବ ଗୃହୀତ ହୋଇଥିଲା। ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ଉଦ୍ୟମ ଦ୍ୱାରା ଛାତ୍ରଛାତ୍ରୀ ବୃନ୍ଦ ଉତ୍ତମ ନାଗରିକ ହୋଇପାରିବେ। ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ