ପୁର୍ବ ବିବାଦକୁ ନେଇ ଗୃହଦାହ ଅଭିଯୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଆମ୍ବୋ ପଞ୍ଚାୟତର ଜଳହରୀ ଗ୍ରାମରେ ପୁର୍ବ ବିବାଦକୁ ନେଇ ଗୃହଦାହ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗତ କିଛିଦିନ ତଳେ ରାସ୍ତାରେ ବାଲିଟ୍ରକରୁ ଚାନ୍ଦା ଆଦାୟ କରୁଥିବା ସମୟରେ କିଛି ଯୁବକ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏନେଇ କିଛି ଯୁବକ ଓ ଗ୍ରାମବାସୀ ବିରୋଧ କରିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡକୁ ନେଇ ଗତକାଲି ରାତିରେ କେହି ଯୁବକ ଗ୍ରାମର ମଣିଚରଣ ଜେନାଙ୍କ ଘରକୁ ନିଆଁ ଲଗାଇଦେଇଥିବା ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ମଣିଚରଣ ଜେନାଙ୍କ ଘରକୁ ନିଆଁ ଲଗାଇଦେବାରୁ ଓ ଜଣେ ପଡୋଶୀ ଡାକ ପକାଇବାରୁ ପରିବାର ଲୋକେ ଉଠିପଡି ନିଆଁକୁ ଆୟତ କରିବା ସହିତ ଘରେ ବନ୍ଧା ହୋଇଥିବା ଗାଈ ଗୋରୁଙ୍କୁ ଫିଟାଇ ଦେବାରୁ ଗୋରୁଗାଈମାନେ ରକ୍ଷା ପାଇଯାଇଥିଲେ । ପରେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ