ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ରଥର ଗଞ୍ଜାମ ଜିଲ୍ଲା ପରିଭ୍ରମଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପତାକା ଦେଖାଇ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ । ଏହି ପାଣି ପଞ୍ଚାୟତ ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ଜଳ ସେଚନ ପ୍ରକଳ୍ପ ଗୁଡିକୁ ଚଳିତ ଫେବୃୟାରୀ ମାସ ୮ ତାରିଖ ପର୍ଯ୍ୟନ୍ତ ପରିଭ୍ରମଣ କରିବ।ଜଳ ଭିତ୍ତିଭୂମି ନିର୍ମାଣ, ଅଧିକରୁ ଅଧିକ କୃଷିକ୍ଷେତ୍ରକୁ ଜଳ ସେଚନ ବ୍ୟବସ୍ଥା ସହିତ ପାଣି ପଞ୍ଚାୟତକୁ ଆହୁରି ସୁଦୃଢ କରିବା ସହ ଜଳର ସଂରକ୍ଷଣ, ପୁନଃ ବ୍ୟବହାର, ଫସଲ ବିବିଧକରଣ ତଥା ଫସଲ ଘନତ୍ବ ବୃଦ୍ଧି ସହିତ ଜଳର ସୁପରିଚାଳନା ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଳ ପରିଚାଳନାରେ ସମାନତା ତଥା ସମୁଚିତ ଉପାୟ ଅବଲମ୍ବନ, ପାଣି ପଞ୍ଚାୟତରେ ମହିଳା ମାନଙ୍କ ଅଂଶ ଗ୍ରହଣ ତଥା ନେତୃତ୍ବକୁ ଅଧିକ ଗୁରୁତ୍ବ ପ୍ରଦାନ ସହିତ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ବିଭିନ୍ନ ଜଳ ଆବଣ୍ଟନ ଜନିତ ବିବାଦର ଆପୋଷ ସମାଧାନ ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।ଆଜି ଏହି ପାଣି ପଞ୍ଚାୟତ ରଥ ଛତ୍ରପୁର ଓ ହିଞ୍ଜିଳି ବ୍ଲକ୍ ର ଋଷିକୂଲ୍ୟା ଜଳ ସେଚନ ଯୋଜନା, ମଧ୍ୟମ ଓ ଉଠା ଜଳ ସେଚନ ଯୋଜନା ଛତ୍ରପୁର ଓ ହିଞ୍ଜିଳି ବ୍ଲକ୍ ପରିଭ୍ରମଣ କରିବ । ଆସନ୍ତା କାଲି ହିଞ୍ଜିଳିରୁ ବାହାରି ପୁରୁଷୋତ୍ତମପୁର ବ୍କ୍ ର ବିଭିନ୍ନ ଜଳସେଚନ ପ୍ରକଳ୍ପ ଗୁଡିକ ପରିଭ୍ରମଣ କରିବ । ସେହିପରି ୩ ତାରିଖ ଦିନ ପୋଲସରା ବ୍ଲକ୍ ଓ ଭଞ୍ଜନଗର ବ୍ଲକ୍ ର ବିଭିନ୍ନ ଜଳ ସେଚନ ଯୋଜନା ପରିଭ୍ରମଣ ୪ ତାରିଖ ଦିନ ଆସ୍କା ବ୍ଲକ୍, ସୋରଡା ବ୍ଲକ୍, ଶେରଗଡ ବ୍ଲକ୍ ଓ ଦିଗପହଣ୍ଡି ବ୍ଲକ୍ ପରିଭ୍ରମଣ କରିବ । ୫ ତାରିଖ ଦିନ ଚିକିଟି ବ୍ଲକ୍ ର ବିହୁଦା ଓ ବାଘଲଟି ଜଳ ସେଚନ ପ୍ରକଳ୍ପ ଏବଂ ମଧ୍ୟମ ଓ ଉଠା ଜଳ ସେଚନ ପ୍ରକଳ୍ପ ପରିଭ୍ରମଣ କରିବ । ୬ ତାରିଖ ଦିନ କୁକୁଡାକଣ୍ଡି ବ୍ଲକ୍ ର ଗୌତମୀ ଓ ପିତ୍ତଳ ଜଳ ସେଚନ ପ୍ରକଳ୍ପ, ୭ ତାରିଖ ଦିନ ବାଳକୃଷ୍ଣପୁର, ଭାଟକୁମରଡା, ସୁନାଥର, ବାଘଳା, ପୋଟଲାମପୁର, ଗଞ୍ଜାମ ଓ ହୁମ୍ମା ର ଜୟ ମଙ୍ଗଳ, ହିରାଧରବାଟି ଜଳ ସେଚନ ପ୍ରକଳ୍ପ ପରିଭ୍ରମଣ କରି ୮ ତାରିଖ ଦିନ ଛତ୍ରପୁର ପ୍ରତ୍ୟାବର୍ତ୍ତନ କରିବ । ଏହି ଜିଲ୍ଲା ସ୍ରରୀୟ ଉତ୍ସବରେ ବିଭୁଦତ୍ତ ପଣ୍ଡା ମୁଖ୍ୟ ଯନ୍ତ୍ରୀ ଋଷିକୂଲ୍ୟା ବାହୁଦା ଅବବାହିକା, ବ୍ରହ୍ମପୁର ଜୟଦୀପ ପଣ୍ଡା ଅଧୀକ୍ଷଣ ଯନ୍ତ୍ରୀ, ବ୍ରହ୍ମପୁର ଜଳ ସେଚନ ବିଭାଜନ ବ୍ରହ୍ମପୁର ଅଜିତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଋଷିକୂଲ୍ୟା ଜଳ ସେଚନ ଉପଖଣ୍ଡ, ହୁମ୍ମା ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀଭାଇ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ