ଅଗସ୍ତିନୂଆଗାଁ ଛକଠାରେ ଟ୍ରାକ୍ଟର ଧକ୍କାରେ ପୋଲିସ ସିପାହି ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ଥାନା ଅନ୍ତର୍ଗତ ଅଗସ୍ତିନୂଆଗାଁ ଛକ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ପୋଲିସ ସିପାହୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜଣକ ହେଲ ,ବିଷ୍ଣୁ ବେହେରା (୪୦),ତାଙ୍କ ଘର ଛତ୍ରପୁର ବ୍ଲକର କଣମଣା ପଞ୍ଚାୟତର ଟାକିରିୟାବ୍ରହ୍ମପୁର l ସେ ଅଗସ୍ତିନୂଆଗାଁ ଅଷ୍ଟମ ବାଟାଲୀନ୍ ରେ ପୁରୁଣା ଓଡ୍ରାଫ ଟିମ୍ ରେ କାର୍ଯ୍ୟରତ ଥିଲେ lସେ ନିଜ ଘରୁ ଫେସନ ପ୍ରୋ ବାଇକ୍ ,ଯାହାର ନମ୍ବର -(OR07L-4193 )ରେ ନେଇ ନିଜ କର୍ମକ୍ଷେତ୍ର ଅଷ୍ଟମ ବାଟାଲୀନ୍ କୁ ଆସୁଥିବା ବେଳେ , ଏକ ଟ୍ରାକ୍ଟର ଜାତୀୟ ରାଜପଥ-(୧୬)ର ଅଗସ୍ତିନୂଆଗାଁ ଛକ ନିକଟରେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବିଷ୍ଣୁ ବେହେରା ଙ୍କ ପ୍ରାଣବାୟୁ ଉଡିଯାଇଥିଲା l ଏହି ଖବର ପ୍ରଚାର ହେବା ମାତ୍ରେ ଏହାର ପ୍ରତିବାଦରେ କିଛି ସମୟ ପାଇଁ ଜାତୀୟ ରାଜପଥ -୧୬ ଅବରୋଧ କରିଥିଲେ। ଫଳରେ ସେଠାରେଚାପା ଉତେଜନ ଦେଖାଦେଇଥିଲା l ଖବର ପାଇ ଗଂଜାମ ଥାନାର ଏସଆଇ -ପି.ପି.ଦେବତା , ଅଷ୍ଟମ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ଘଟଣା ସ୍ଥଳରେ ପହଁଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲେ। ଶବକୁ ଛତ୍ରପୁର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ