ମୃତ୍ୟୁପରେ ନେତ୍ରଦାନ କଲେ ଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏକ ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଜଣେ ଡିପ୍ଲୋମା ଛାତ୍ରୀ ଙ୍କର ଚକ୍ଷୁଦାନ କରିଛନ୍ତି ତାର ଅଜା, ଆଇ, ମାମୁ, ମାଇଁ ଓ ସମ୍ପର୍କୀୟମାନେ । ସୁଚନାରୁ ଜଣାଯାଇଛି ହାଟଡିହି ଅଞ୍ଚଳର ଛାତ୍ରୀ ଛାତ୍ରୀ ଆକାକ୍ଷାଂ ମହାନ୍ତି ବାଲେଶ୍ୱର ସତ୍ୟସାଇ ଇଞ୍ଜନିୟରିଂ କଲେଜର ଇଲେକଟ୍ରିକାଲ ଶେଷବର୍ଷର ଛାତ୍ରୀ । ଏକ ଦୁର୍ଭଗ୍ୟଜନକ ପରିସ୍ଥିତିରେ ସେ ମୃତ୍ୟୁବରଣ କରିବାପରେ ତାଙ୍କ ପରିବାର ଲୋକେ ଓ ତାଙ୍କ ଅଜାଆଇ ଛାତ୍ରୀଙ୍କର ଅଙ୍ଗଦାନ ପାଇଁ ନିଷ୍ପତିନେଇ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ବାଲେଶ୍ୱର ଫକିରମୋହନ ମେଡିକାଲ କଲେଜର ଶବ ବ୍ୟବଚ୍ଛେଦ ଗୃହରେ ଏଲ.ଭି ଚକ୍ଷୁ ହସପିଟାଲର ଟେକନିସିଆନ ମାନେ ପହଞ୍ଚି ଆକାକ୍ଷାଂଙ୍କ ଦୁଇଟିଯାକ ଆଖି ସଂଗ୍ରହ କରିଥିଲେ । ଚକ୍ଷୁଦାନ ସମୟରେ ଆକାକ୍ଷାଂଙ୍କ ଅଜା ଗେଡମା ପଞ୍ଚାୟତର ପୁର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ରବିନ୍ଦ୍ର ମହାନ୍ତି, ରବି ରାଉତ, ପ୍ରୀୟବ୍ରତ ରାଉତ, ଆଇ ପ୍ରମିଳା ମହାନ୍ତି, ଅର୍ଚ୍ଚନା ରାଉତ, ମାମୁଁ ଅବିନାଶ ମହାନ୍ତି, ବିଶ୍ୱଜିତ ଦାସ, ପୁର୍ଣ୍ଣଚନ୍ଦ୍ର ଜେନା, ମାଇଁ ନୀରଜା ରାଉତପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ୟୁପରେ ଅଙ୍ଗଦାନ କରିବାରେ ବିଳମ୍ବ ଓ ବ୍ୟବସ୍ଥାଗତ ତୃଟି କାରଣରୁ ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଗୁଡିକ ଦାନ କରାଯାଇ ନପାରିବାରୁ ପରିବାର ଲୋକେ ଦୁଖଃ ପ୍ରକାଶ କରିଥିଲେ । ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଆକାକ୍ଷାଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିବାବେଳେ ତାଙ୍କ ପରିବାର ଲୋକଙ୍କ ଅଙ୍ଗଦାନ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ