ଡ୍ରିମସ ଆଇଡିଆଲ ସ୍କୁଲର ମୁଖପତ୍ର “ଡ୍ରିମସ୍‌’ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଅରଡ଼ବଜାର ସ୍ଥିତ ଡ୍ରିମସ ଆଇଡ଼ିଆଲ ସ୍କୁଲର ମୁଖପତ୍ର \”ଡ୍ରିମସ୍‌’ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖପତ୍ରକୁ ଉନ୍ମୋଚନ କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନି କୁନି ପିଲାଙ୍କ ସୃଜନଶୀଳତାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ମୁଖପତ୍ର ପିଲାଙ୍କ ମଧ୍ୟରେ ରହିଥିବା ପ୍ରତିଭା ପ୍ରଦର୍ଶନ ତଥା ବିକାଶରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ପୌର ସଦସ୍ୟା ରଞ୍ଜିତା ମହାପାତ୍ର, ଯୁବନେତା ଜ୍ଞାନରଞ୍ଜନ ନାୟକ, କବୟିତ୍ରୀ ପ୍ରଣିତା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅତଥି-ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ୍ରିମସ୍ ଆଇଡ଼ିଆଲ୍ ସ୍କୁଲର ପ୍ରତିଷ୍ଠାତା ଗଙ୍ଗାଧର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଅବସରରେ ସ୍କୁଲ ପରିଚାଳନା ସମିତିର ଆଜୀବନ ସଦସ୍ୟ ତଥା ଉପଦେଷ୍ଟା ଫିରୋଜ୍ ଅହମ୍ମଦଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ପରିଚାଳନା ସମିତିର ସମ୍ପାଦକ ଭାବଗ୍ରାହୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷା ପୁଷ୍ପିତା ମହାନ୍ତିଙ୍କ ସମେତ ସ୍ମୃତିରେଖା ଦାସ, ରେହାନା ବେଗମ୍‌, ସତ୍ୟଭାମା ଖଟୁଆ, ଦୀପାଞ୍ଜଳି ଦାସ, ସ୍ମିତିସୁଧା ଦାସ, ଦେବୀଶ୍ରୀ ଗିରି, ଆରତୀବାଳା ଦାସ, ଦ୍ୱିତୀକୃଷ୍ଣ ମହାନ୍ତି, ଅନିତାରାଣୀ ଦାସ, ଶାନ୍ତିଲତା ଖଟୁଆ, ଆଂଚଲପ୍ରିୟା ବେହେରା, ଭଗବାନ ବେହେରା, ରୁନି ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ