ମୁଖ୍ୟ ନାଳରେ ଛଟପଟ ହେଉଥିବା କୃଷ୍ଣକାୟ ମୃଗକୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ ବନବିଭାଗକୁ ହସ୍ତାନ୍ତର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ମୁଖ୍ୟ ନାଳରେ ରେ ଫସି ରହିଥିବା ଏକ କୃଷ୍ଣକାୟ ମୃଗକୁ ଉଦ୍ଧାର କରିଛନ୍ତି ,ସ୍ୱେଚ୍ଛାସେବୀ ମାନେ ବନ ବିଭାଗର ସହାୟତାରେ । ଗଞ୍ଜାମ ସହରର ଭାରତୀ ବିଦ୍ୟାପୀଠ ପାର୍ଶ୍ଵରେ ଯାଇଥିବା ପାଣି ନିଷ୍କାସନର ମୁଖ୍ୟ ନାଳରେ ଏକ କୃଷ୍ଣକାୟ ମୃଗ ପଡି ଛଟପଟ ହେଉଥିବା ନେଇ ‘ଦି ଇକୋ ୱାରିୟର ‘ ସ୍ୱେଚ୍ଛାସେବୀ ସଞ୍ଜୟ ସ୍ଵାଇଁ ଓ ସୀମାଞ୍ଚଳ ଦାସ,ଗୋସୁରକ୍ଷା ସମିତିର ପପୁଲାର ମହାନ୍ତି, ସ୍ୱେଚ୍ଛାସେବୀ ରାଜୁପଲେଇ, ମଣ୍ଟୁ ପଣ୍ଡା ପହଞ୍ଚି ଉଦ୍ଧାର କରିବା ସହ ଏନେଇ ଖଲ୍ଲିକୋଟ ରେଞ୍ଜରକୁ ଅବଗତ କରାଇଥିଲେ। ପରେ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ,କୃଷ୍ଣଚନ୍ଦ୍ର ବେହେରା, କେ. ଦିନେଶ ବନ କର୍ମଚାରୀ ପ୍ରମୁଖ ପହଞ୍ଚିବା ପରେ ଉଦ୍ଧାର ମୃଗଟିକୁ ହସ୍ତାନ୍ତର କରିଥିଲେ। ଗଞ୍ଜାମ ବ୍ଲକରେ କୃଷ୍ଣକାୟ ମୃଗ ସନ୍ତୋଷ ପୁର , ପାଲଙ୍ଗ, ଖଣ୍ଡିଦେଉଳି, ମଲାଡ଼ ପଞ୍ଚାୟତରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖାଯାଉଛି। ଖାଦ୍ୟ ଅନ୍ୱେଷଣ ରେ ଏମାନେ ସହର , ଜନବସତି ମୁଁହା ହେବା ଫଳରେ ବିଭିନ୍ନ ସମୟରେ ଏପରି ଦୁର୍ଘଟଣା ର ଶିକାର ହୋଇଥିବାର ନଜିର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ