ଚାରିଛକ ପ୍ରେସ କ୍ଲବ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ପ୍ରେସ କ୍ଲବ ର ତୃତୀୟ ବାର୍ଷିକ ଉତ୍ସବ ଚାରିଛକ ସ୍ଥିତ ବନ୍ଦେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରେସ କ୍ଲବର ଉପଦେଷ୍ଟା ସନ୍ତୋଷ କୁମାର ମିତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ନିମାପଡା ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ , ରାଜ୍ୟ ଗୃହ ଓ କ୍ରୀଡା ମନ୍ତ୍ରୀ ତୃଷାରକ୍ରାନ୍ତି ବେହେରା , ଜଗସିଂହପୁର ସାଂସଦ ଡଃ.ରାଜଶ୍ରୀ ମଲ୍ଲିକ ,ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି ଭୂଷଣ କର , ଚାରିଛକ ପ୍ରେସ କ୍ଲବ ର ସଭାପତି ପ୍ରଫୁଲ କୁମାର କର ପ୍ରମୁଖ ଯୋଗଦାନ କରି ସାମ୍ୱାଦିକ ମାନେ ନିର୍ଭିକ ଭାବେ ସତ୍ୟ ଖବର ଓ ଲୋକ ମାନଙ୍କ ହିତପାଇଁ ଖବର ପ୍ରକାଶ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ମୁଖପତ୍ର ” ଲେଖନୀ ‘” କୁ ଅତିଥି ମାନେ ଉନ୍ମୋଚନ କରିବା ସହିତ ଚାରିଛକ ଅଂଚଳର ସମାଜସେବୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଆଶା କର୍ମୀ ମାନଙ୍କୁ ମାନପତ୍ର , ଉତ୍ତରୀୟ ଦେଇ ସଂମ୍ମାନୀତ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ନାନିତ କରାଯାଇଥିଲା । ଏହି ଉତ୍ସବ ରେ ନିଆଳି ,କୋଣାର୍କ , ଗୋପ ,ନିମାପଡ଼ା , ଅସ୍ତରଙ୍ଗ, କାକଟପୁର ଅଞ୍ଚଳର ବହୁ ସମ୍ବାଦିକ, ବୁଦ୍ଧିଜିବୀ,ରାଜନୈତିକ ନେତା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ