ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର କଂଗ୍ରେସର କ୍ୟାମ୍ପସ କମିଟି ଗଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର କଂଗ୍ରେସର ନୂତନ କ୍ୟାମ୍ପସ କମିଟି ତାଲିକା ପ୍ରକାଶ ପାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତିରଂଜନ ଜେନାଙ୍କ ପ୍ରସ୍ତାବିତ ତାଲିକାକୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅନୁମୋଦନ କରିବା ପରେ ତାଲିକା ପ୍ରକାଶ କରାଯାଇଛି । କମିଟିର ସଭାପତି ଭାବେ ବିକାଶ କୁମାର ସ୍ୱାଇଁ, ଉପସଭାପତି ଭାବେ ପ୍ରକାଶ ଚନ୍ଦ୍ର ମହାନ୍ତି, ସ୍ୱପ୍ନଜିତ ସ୍ୱାଇଁ, ସ୍ୱାଧିନ ସାହୁ, ସାଧାରଣ ସଂପାଦକ ଭାବେ ସନ୍ତୋଷ ଦାସ, ସହ ସାଧାରଣ ସଂପାଦକ ଭାବେ ସୋମସାଇ ମହାନ୍ତି, ସଂଗ୍ରାମ ନାୟକ, କ୍ରିଡା ସଂପାଦକ ଭାବେ ପ୍ରଭାତ ମହାନ୍ତିି, ମାନସ କୁମାର ସ୍ୱାଇଁ, ନାଟ୍ୟ ସଂପାଦକ ଭାବେ ସୁଧିର ପରିଡା, ସହ ନାଟ୍ୟ ସଂପାଦକ ଅଭିଜିତ ପରିଡା, ସାଂସ୍କୃତିକ ସଂପାଦକ ଭାବେ ସୌମ୍ୟରଂଜନ ପଣ୍ଡା, ସହ ସାଂସ୍କୃତିକ ସଂପାଦକ ଭାବେ ଗୋରାଚାନ୍ଦ ମୁଦୁଲି, ଡିଏଏସ ସଂପାଦିକା ଭାବେ ଆରାଧନା ନାୟକ, ସହ ଡିଏଏସ ସଂପାଦିକା ଭାବେ ମାମାଲି ଗୋଛାୟତ,ବାଳକ ସାଧାରଣ ପ୍ରକୋଷ୍ଠକ ସଂପାଦକ ଭାବେ ବିଭୁତି ଜେନା, ବାଳିକା ସାଧାରଣ ପ୍ରକୋଷ୍ଠକ ସଂପାଦକ ଭାବେ ମଧୁସ୍ମିତା ଲେଙ୍କାଙ୍କ ନାମ ତାଲିକାରେ ରହିଛି । ଏହି ତାଲିକା ପ୍ରକାଶ ପାଇବା ପରେ ରାଜ୍ୟ ଛାତ୍ର ଜଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜେନାଙ୍କୁ କମିଟିର ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ