ବିଦ୍ୟା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ନିର୍ଦ୍ଦେଶକ ଅଞ୍ଜନ କୁମାର ପଣ୍ଡାଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାସୂଚନା ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ମୁଖ୍ୟବକ୍ତା ରୁପେ ଗଞ୍ଜମ ବିଇଓ ଭାଗିରଥି ବେହେରା,ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ବେହେରା, ଦୀପକ ଫଟିଲାଇଜର ଓ ପେଟ୍ରୋକେମିକଲସ ସିନିୟର ଜେନେରାଲ ମ୍ୟାନେଜ ରବିନ୍ଦ କୁମାର ମହାନ୍ତି, , ଗଞ୍ଜାମ ଏସବିଆଇ ଶାଖା ପରିଚାଳକ ଶିଭାସିସ ସରଙ୍ଗୀ, ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ, ,ଅନ୍ତର୍ଜାତୀୟ ଦୁଃସାହସିକ ମହିଳା wind surfing କ୍ରୀଡ଼ାବିତ ମନସ୍ୱନୀ ମହାରଣା , ଏବିଇଓ ବିଜୟ ବେହେରା, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଯୋଗଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ଜୋସ୍ନାରାଣୀ ପଣ୍ଡା ମାଞ୍ଚାସିନ ଥିଲେ।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରଶ୍ମିତା ଦଳେଇ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଵିନୋଦ ଚନ୍ଦ୍ର ପଲେଇ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ଅତିଥି ମାନେ। ଶେଷରେ ବିଦ୍ୟାର୍ଥୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସଵକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ , ବିଦ୍ୟାର୍ଥି ଓ ଅଭିଭାବକ ଉପସ୍ଥିତ ଥିଲେ।


