କୁନି ପିଲାଙ୍କ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁଭପଲ୍ଲବ ପବ୍ଲିକେଶନ ଦ୍ୱାରା ପ୍ରକାଶିତ ବାର୍ଷିକ ଓଡିଆ ଶିଶୁ ପତ୍ରିକା ‘ଶିଶୁପଲ୍ଲବ’ ଆମ୍ବ ବଉଳର ବାସ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପଲ୍ଲବୀ ପୂଜା ପଣ୍ଡାଙ୍କ ବଳିଷ୍ଠ ସମ୍ପାଦନାରେ ପ୍ରକାଶିତ ହୋଇଥିବା ଏହି ୩ୟ ସଂଖ୍ୟାରେ ରହିଛି କୁନି କୁନି ପିଲାଙ୍କ ପାଇଁ ଉଦ୍ଦିଷ୍ଟ କିଛି ମନଛୁଆଁ ଗପ ଓ କବିତା । ପିଲା ମାନଙ୍କ ଚିତ୍ରାଙ୍କନ ସହିତ ପତ୍ରିକାଟିରେ କୁନି କୁନି ସାଥୀ ମାନଙ୍କର ଫଟୋ ଗୁଡିକ ମଧ୍ୟ ସ୍ଥାନୀତ ହୋଇଛି । ୨୦୨୧ ମସିହାରୁ ଶୁଭପଲ୍ଲବ ଶିଶୁ ରାଇଜ ଭାବରେ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଇଥିବା ଏହି ପତ୍ରିକାଟିର ନାମ ପରିବର୍ତ୍ତନ କରାଯାଇ ଶିଶୁପଲ୍ଲବ ରଖାଯାଇଥିବା ସୂଚନା ଦେଇଛନ୍ତି ଶୁଭପଲ୍ଳବର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଗଣ ମଧ୍ୟରୁ ବିଶ୍ୱରଂଜନ ଦାସ, ଅଜୟ ନାୟକ, ଡକ୍ଟର କ୍ଷୀରୋଦ କୁମାର ସାମଲ, ଗୀତିକାର ପଞ୍ଚାନନ ନାୟକ, ରଞ୍ଜନ କୁମାର ନାୟକ ଆଦି ଏହି ପତ୍ରିକାଟିରେ ଉନ୍ମୋଚନ କରିଥିଲେ । ଏହି ସାହିତ୍ୟ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୈଳାସ ବେହେରା, ବିସ୍ମୟବିହାରୀ ସାହୁ, ଦେବେନ୍ଦ୍ରନାଥ ମହାଳିକ, ନିରଞ୍ଜନ ବାରିକ, ତପନ କୁମାର ହାତୀ ଉପସ୍ଥିତ ଥିଲେ ।