କେନ୍ଦ୍ରୀୟ ଉନ୍ନୟନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ୟୁନିସେଫ୍ ଭାରତ ମୁଖ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଗସ୍ତରେ ଥିବା ୟୁନିସେଫର ଜଳ, ପରିମଳ ଓ ସ୍ୱାସ୍ଥ୍ୟ ବିଭାଗୀୟ ଭାରତ ମୁଖ୍ୟ ପଲ୍‌ସ ୱାର୍ଣ୍ଣେ ଗୁରୁବାର ହିଞ୍ଜିଳିକାଟୁ ବ୍ଳକ ଗସ୍ତ କରି କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟକାରୀ କରାଯାଇଥିବା ଉନ୍ନୟନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଶ୍ରୀ ୱାର୍ଣ୍ଣେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡିଓ ସୁବ୍ରତ କୁମାର ଜେନା ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ୟୁନିସେଫ୍ ମୁଖ୍ୟ ଜଳଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ ଯୋଜନାର କାର୍ଯ୍ୟକାରିତା ଓ ଏହାର ଉପଯୋଗିତା ସର୍ମ୍ପକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜେନାଙ୍କ ସହ ବିସୃତ ଭାବେ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ରୀୟ ଯୋଜନାର ରୂପରେଖ ଓ ରୂପାୟନ ସର୍ମ୍ପକରେ ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ପଞ୍ଚାୟତରେ ପହଞ୍ଚି କ୍ଷେତ୍ର ସ୍ଥଳ ପରିଦର୍ଶନ, ମିଶନ ଶକ୍ତି ସଦସ୍ୟା ଓ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ । ଜଳଜୀବନ ମିଶନ ଯୋଜନାରେ ଶାସନଆମ୍ବଗାଁ୧୪୨୧ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଥିବା ବାସ୍ତବ ସ୍ଥିତି ନେଇ ବିଭାଗୀୟ ଅଧିକାରୀ ମାନେ ଅବଗତ କରାଇଥିଲେ । ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ନିର୍ମିତ ହୋଇଥିବା ଏମସିସି, ଏମଆରଏଫ, ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର, ସୋପିଟ୍ , ବ୍ୟାଟେରି ଚାଳିତ ଆର୍ବଜନା ସଂଗ୍ରହ ଯାନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ଓ ଉପଯୋଗିତା ସର୍ମ୍ପକରେ ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ହିତାଧିକାରୀ ଓ ଜନ ପ୍ରତିନିଧିଙ୍କ ସହ ଯୋଜନାର ସୁଫଳତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶ୍ରୀ ୱାର୍ଣ୍ଣେଙ୍କ ସହ କେନ୍ଦ୍ର ଜଳ,ପରିମଳ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମନିଷ ୱାସୁଜା, ରାଜ୍ୟ ଜଳ,ପରିମଳ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସିପ୍ରା ସାକସେନା, ଓଡିଶା କ୍ଷେତ୍ର ଅଧିକାରୀ ନରେନ୍ଦ୍ର ସିଂ ଚହ୍ୱାନ, ପରାମର୍ଶଦାତା ଯୋଗେନ୍ଦ୍ର ସିଂ, ଅନ୍ୱେଷା ଦତ୍ତ, ଗୌତମ ପଟ୍ଟନାୟକ, ଜିଲ୍ଲା ଜଳ ଓ ପରିମଳ ମିଶନ ସଂଯୋଜକ ସଂଗ୍ରାମ କୁମାର ପଣ୍ଡା ଓ ନମିତା ନାହାକ, ଜଳ ଓ ପରିମଳ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ,ଏବିଡିଓ ଅରୁଣ ଗକୁମାର ପ୍ରଧାନ, ବିଏଫଟି ବୃନ୍ଦାବନ ଗୌଡ, ସରପଞ୍ଚ ଦନାର୍ଦ୍ଦନ ସେଠି, ମାର୍କଣ୍ଡ ପାଣିଗ୍ରାହୀ, ପିଇଓ ବାସୁଦେବ ବେହେରା, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ