ସମାଜର ପୁର୍ନଗଠନ ପାଇଁ ନାରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମାଜର ପୁର୍ନଗଠନ ଓ ନାରୀମାନଙ୍କର ଉନ୍ନତିକରଣ, ପ୍ରତ୍ୟେକଟି କାର୍ଯ୍ୟ ନିମନ୍ତେ, ନାରୀମାନଙ୍କ ଉଦ୍ୟମ ସର୍ବଦା ବେଶ୍ ପ୍ରଶଂସନୀୟ । କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୌରାଞ୍ଚଳ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ମହା ସମ୍ମିଳନୀରେ ଯୋଗଦେବା ଅବସରରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପୌର ସଂସ୍ଥା ଟାଉନହଲ ପରିସରରେ ପୈାରାଞ୍ଚଳ ସ୍ତରୀୟ “ଆର୍ନ୍ତଜାତୀୟ ମହିଳା ଦିବସ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ପୈାରାଧ୍ୟକ୍ଷା ରୋସ୍ନାସାହୁ ଓ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ,୍ ସମାଜସେବୀ, ମଂଚ ଅଭିନେତ୍ରୀ-ତଥା- ନୃତ୍ୟଶିଳ୍ପୀ ବିଷ୍ଣୁପ୍ରିୟା ସାମଲ ଓ ପରିଷଦର ବରିଷ୍ଠ ପୌର ସଦସ୍ୟା ଜୟନ୍ତୀ ପାଣି, ଅସୀମା ନାୟକ, ପୁଷ୍ପଲତା ବେହେରା, ସ୍ମୃତିପ୍ରଜ୍ଞା ଶତପଥୀ, ସୁଶ୍ରୀ ନିବେଦିତା ସ୍ୱାଇଁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଏହି ଉପଲକ୍ଷେ ପୌରସଂସ୍ଥା ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା (ଶଙ୍ଖ, ହୁଳହୁଳି, ମୁରୁଜ, ସଂଗୀତ ଓ ତର୍କ ପ୍ରତିଯୋଗିତା)ର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ସିଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୌରସଂସ୍ଥାର ବରିଷ୍ଠ କର୍ମଚାରୀ ଅଶୋକ କୁମାର ସାହୁ ପରିଚାଳନା କରିବା ସହ ନିଜସ୍ୱ ରଚିତ ଦୁଇଗୋଟି କବିତା ପାଠ କରିଥିଲେ । ସୁଚିସ୍ମିତା ଜେତା ଓ ଶ୍ରୀଦେବୀ ପରିଡା(ଗୋଷ୍ଠୀସଂପାଠିକା) ସଂଜୀବ ମହାନ୍ତି, ଶିବପ୍ରସାଦ ନାୟକ, ସ୍ୱପ୍ନା ସିଂହ ଓ ରଣଜିତ୍ ସିଂହ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସହାୟିକା ମିଲ୍ଲୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


