ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଵେଛାକୃତ ରକ୍ତ ଦାନ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଟାଟା ପ୍ରାଇଭେଟ୍ (TPSODL )ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା ଏଥିରେ ମୁଖ୍ୟ ଅଥିତି ଭାବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର ଏବଂ ସଂମ୍ମାନିତ ଅତିଥି ଭାବେ ଵିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିଅର ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ, ବ୍ଲଡ଼ ବେଙ୍କ ଅଫିସର ଡା ଏନ ରବି ବାବୁ, ଟେକ୍ନିସିଆନ ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ପାରଳାଖେମୁଣ୍ଡି ଵିଦ୍ୟୁତ ବିଭାଗ ଅଧୀନ ରେ କାର୍ଯ୍ୟରତ ବିଜିନେସ ଆସୋସିୟଟ ୩୩/୧୧ କେଭି ର ଓଁମକାର ଟେକ୍ନିକାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ଏବଂ ନିର୍ମଳ କୁମାର ସାମନ୍ତରାୟ ଏଜେନ୍ସି ଅଧୀନରେ କାର୍ଯ୍ୟରତ କର୍ମଚାରୀ ମନେ ପ୍ରାୟ ପଚାଶ ୟୁନିଟ ରକ୍ତ ସ୍ୱଇଚ୍ଛାରେ ରକ୍ତଦାନ କରି ରକ୍ତଦାନ ମହା ପୁଣ୍ୟର ବାର୍ତା ପ୍ରଦାନ କରିଛନ୍ତି ଏହି କାର୍ଯ୍ୟକ୍ରମ କୁ ସତ୍ୟବ୍ରତ କଅଁର, ବିଶ୍ବଭୂଷଣ ବିଷୋୟୀ ,ଅଭିଷେକ ପଟ୍ଟନାୟକ , ସୂର୍ଯ୍ୟକାନ୍ତ ସିଂ,ଆଦିତ୍ୟ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ।