ଛଟେଇ ହେଲେ କଂମ୍ପୁଟର ଶିକ୍ଷକ ଅନ୍ଧାର ଭବିଷ୍ୟତ ନେଇ ଧାରଣା

ହିଂଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟର ବିଭିନ୍ନ ହାଇସ୍କୁଲର ୪ହଜାର କଂପ୍ୟୁଟର ଶିକ୍ଷକ ଶନିବାର ଠାରୁ ଛଟେଇ ହୋଇଗଲେ । କଣ କରିବେ କେମିତି ଚଳିବେ ଅନ୍ଧାର ଭବିଷ୍ୟତ ନେଇ ଚିନ୍ତାଗ୍ରସ୍ତ ହୋଇଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ୨୦୧୪ ଏପ୍ରିଲ୨ ରୁ ରାଜ୍ୟର ୪ହଜାର ହାଇସ୍କୁଲରେ ସ୍କୁଲ କୋର୍ଡ଼ିନେଟର ଭାବେ ଯୋଗ ଦେଇଥିଲେ ।ଆଇଏଲ ଏଣ୍ଡ ଏଫଏସ ଏଜୁକେସନ ଓ ଟିସିଏଲ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଉଚ୍ଚ ଶିକ୍ଷିତ ତଥା କଂପ୍ୟୁଟର ଅଭିଜ୍ଞତା ଥିବା ଯୁବକଯୁବତୀ ନିଯୁକ୍ତି ପାଇଥିଲେ । ସେମାନେ ଆଇସିଟି ଓ ଇ-ବିଦ୍ୟାଳୟ ଯୋଜନାରେ ସ୍କୁଲର ବିଭିନ୍ନ କାର୍ଯ୍ୟକୁ ଅନଲାଇନରେ ସଂପାଦନ ସହ ଆବଶ୍ୟକ ସ୍ଥଳେ ସ୍କୁଲରେ ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିଲେ । ଆଇସିଟି ଓ ଇ-ବିଦ୍ୟାଳୟ ଯୋଜନାକୁ ଆଉଟସୋର୍ସିଂ ଓ ଘରୋଇକରଣରୁ ସରକାରୀ ସ୍ତରରେ ପରିଚାଳନା କରିବା ପାଇଁ ନିଯୁକ୍ତ କଂପ୍ୟଟର ଶିକ୍ଷକମାନେ ଦାବି କରିଥିଲେ । ଭୁବନେଶ୍ୱର ଠାରେ ଆନ୍ଦୋଳନ ଓ ବିକ୍ଷୋଭ ମଧ୍ର କରିଥିଲେ । ମନ୍ତ୍ରୀ ଓ ସଚିବ ସ୍ତରରେ ସେମାନେ ଛଟେଇ ହେବେ ନାହିଁ , ଚାକିରୀ ସୁନିଶ୍ଚିତ କରାଯିବ ବୋଲି ପ୍ରତିଶୃତି ମଧ୍ୟ ପ୍ରଦାନ କରାଯାଇଥିବା ସଂଘର କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି । ଏପରିସ୍ଥଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏବଂ ଚୁକ୍ତି ଅନୁସାରେ ଏପ୍ରିଲ ପହିଲାରେ ସେମାନଙ୍କ ୫ବର୍ଷିଆ ଚୁକ୍ତି ସମାପ୍ତ ହେଉଥିବାରୁ ଆଉଟସୋର୍ସିଂ ସଂସ୍ଥା ପକ୍ଷରୁ ଶନିବାର ଇ-ମେଲ ମାଧ୍ୟମରେ ସମସ୍ତଙ୍କୁ ଛଟେଇ ଚିିଂ ଆସିଛି । ଶୁକ୍ରବାର ଠାରୁ ଭବିଷ୍ୟତ ଅନିଶ୍ଚିତ ମନେ କରି ଏକତ୍ରିତ ଶିକ୍ଷକ ମାନେ ଶନିବାର ୨ୟ ଦିନ ମଧ୍ୟ ପାଟଣା ସାହି ନୃସିଂହ ମନ୍ଦର ପରିସରରେ ଧାରଣା ଦେଇଛନ୍ତି । ରାଜନୀତିର ଘନଘଟା ମଧ୍ୟରେ କୋ÷ଣସି ଦଳର ନେତା କିମ୍ବା ସରକାରୀ ସ୍ତରରେ ସେମାନଙ୍କୁ ସାନ୍ତ୍ୱନା ଦେବାକୁ କେହି ଆସିନାହାନ୍ତି କିମ୍ବା ଆଲୋଚନା କରିନାହାନ୍ତି ବୋଲି ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ସ୍ୱାଇର୍ କହିଛନ୍ତି । ଆସନ୍ତା ୨ରେ ରାଜ୍ୟର ସମସ୍ତ ଶିକ୍ଷକଙ୍କୁ ହିଂଜିଳି ଆସିବାକୁ ସୂଚିତ କରାଯାଇଛି । ସେଠାରେ ଚରମ ନିଷ୍ପତି ଗ୍ରହଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ବେକାର ହୋଇ ପଡ଼ିଥିବା ୪ହଜାର ଶିକ୍ଷକ ଘରଘର ବୁଲି ଜନତାଙ୍କୁ ନ୍ୟାୟ ମାଜିବେ ବୋଲି କହିଛନ୍ତି ଛଟେଇ ଶିକ୍ଷକ ଶିକ୍ଷୟତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ