ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପକ୍ଷ ଉଦଯାପିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପକ୍ଷ ସୋମବାର ଉଦଯାପିତ ହୋଇଯାଇଛି।ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ଯକ୍ଷତା ଏବଂ ଅଙ୍ଗନୱାଡ଼ି ସୁପ୍ରଭାଇଜର ଭାଗ୍ଯଲତା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ ମୂଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇନଜୀବି ହରପ୍ରସାଦ ରଥ ଏବଂ ଅଙ୍ଗନୱାଡ଼ି ସୁପ୍ରଭାଇଜର ଶାନ୍ତିଲତା ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସୁସ୍ଥ ଭାରତ ଗଠନ ଦିଗରେ ସମସ୍ତଙ୍କୁ ପୋଷଣଯୁକ୍ତ ଶ୍ରୀଅନ୍ନର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ସବୁ ସ୍ତରରେ ସମ୍ମିଳିତ ଉଦ୍ୟମ କରାଯିବା ଦରକାର ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, କିଶୋରୀ ବାଳିକା, ସୁସ୍ଥ ଶିଶୁଙ୍କ ମା’ ଏବଂ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗନବାଡି କର୍ମୀଙ୍କୁ ପୁରସ୍କୃତ କରାଯିବା ପରେ ଅତିଥି ବୃନ୍ଦ ପୋଷଣଯୁକ୍ତ ଖାଦ୍ୟସାମଗ୍ରୀ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସାଧନା ମହିଳା ସଂଘର ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଅଙ୍ଗନବାଡି କର୍ମୀ ଗାୟତ୍ରୀ ପାତ୍ର, ରଶ୍ମିତା ପାତ୍ର, ଅର୍ଚ୍ଚନା ପାଢୀ, ଭାରତୀ ପାଢ଼ୀ, ରୋଜି ପ୍ରଧାନ, ଅଳକା ମହାନ୍ତି, ଏନ୍. କସ୍ତୁରୀ, ଗୌରୀ ସେଠୀ, ସବିତା ବେହେରା, ଟିକିନା ମେକାପ, ଝୁନୁ ସେଠୀ, ଅହଲ୍ଯା ପ୍ରଧାନ, ସୁନିତା ପାତ୍ର, ସରିତା ପ୍ରଧାନ, ବିଦେଶିନୀ ବିଷୋୟୀ, ସରିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ