୧୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାର ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଅଜୟ ନାଏକ (୪୫)ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ସେ ବ୍ୟବହାର କରୁଥିବା ଏକ ହୁଣ୍ଡା ସ୍କୁଟି ଗାଡ଼ି ନ‌ଂ ଓ ଡି ୦୨ ସି ଏଫ୍ ୩୨୮୫ କୁ ମଧ୍ୟ ଜବତ କରାଯାଇଛି।କୋଣାର୍କ ଅବକାରୀ ଥାନା ରେ ଏ ସଂକ୍ରାନ୍ତ ରେ ଏକ ମାମଲା କେସ ନଂ ୧/ ୨୩ ରୁଜ୍ଜୁ କରାଯାଇ ଅଭିଯୁକ୍ତ ବ୍ୟବସାୟୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ-କାରାଗାର କୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଲୋକନାଥ ପାତ୍ର,ବିଶ୍ୱଜିତ ମହାପାତ୍ର, ପ୍ରବୀଣ ବିରାଜ କିରୋ, ସ୍ଵାଗତିକା ଘଡେ଼ଇ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ