ନିଷ୍ଟ କଲେଜରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିଷ୍ଟ ହାୟର ସେକେଣ୍ଡାରୀ ସ୍କୁଲ, +୩ କଲେଜ ଓ ନର୍ସିଂ କଲେଜ କ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚାନ୍ଦିପୁର ରୋଡ଼ କଲେଜ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ହରିହର ରାଉତ ସଭାପତିତ୍ୱ କରିଥିଲେ । ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡକ୍ଟର ସରୋଜ କୁମାର ଜେନା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଶିକ୍ଷା ନୀତିର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଦେଶରେ ପ୍ରଥମେ ସର୍ବଶିକ୍ଷା ଓ ପରେ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟଗୁଡିକରେ ଉପସ୍ଥାନ ହାର ବୃଦ୍ଧି ସତ୍ତ୍ୱେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଜାତୀୟ ଶିକ୍ଷା ନୀତି ଅପରିହାର୍ଯ୍ୟ ହୋଇଛି ବୋଲି ସେ କହିଥିଲେ । ଦେଶରେ ଶିକ୍ଷିତଙ୍କ ହାର ୮୦ପ୍ରତିଶତକୁ ଛୁଇଁଥିବା ବେଳେ ଏହାକୁ ଶତ ପ୍ରତିଶତରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ଶିକ୍ଷାଦାନ ମାଧ୍ୟମରେ ଆମ ଦେଶର ମାନବସମ୍ବଳ ଆହୁରି ଶକ୍ତିଶାଳୀ ହୋଇାରିବ ବୋଲି ଡ. ଜେନା ମତପ୍ରକାଶ କରିଥିଲେ । ଅଗ୍ନିଡେଣା ପତ୍ରିକାର ସମ୍ପାଦକ ଡ. ପଙ୍କଜ ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତିର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ପ୍ରତିବଦଳରେ ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ନିଜ ପସନ୍ଦର କ୍ୟାରିୟର ଗଠନ ପାଇଁ ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଦ୍ୟାଧର ପ୍ରଧାନ, ନିରଞ୍ଜନ ଜେନା, ଚନ୍ଦନ କୁମାର ନାୟକ, କେଶବ ନାୟକ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡ. ସରୋଜ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ରାଜେଶ୍ୱରୀ ପଣ୍ଡା ଏଥିରେ ମାନପତ୍ର ପଠନ କରିଥିଲେ ।ଅବିନାଶ ପଣ୍ଡା, ମହେଶ୍ୱତା ପଣ୍ଡା, ନିବାରଣ ଶତପଥୀ, ଆଦିତ୍ୟ ବେହେରା, ମାନସ ଗିରି, ତ୍ରୈଲୋକ୍ୟ ଗିରି, ଆଲୋକରଞ୍ଜନ ମହାପାତ୍ର, ଲକ୍ଷ୍ମୀକାନ୍ତ ପଣ୍ଡା, ସୌମ୍ୟକାନ୍ତ ଦଳେଇ, ରାଜକିଶୋର ମହନ୍ତ, ଜୟ୍ରକାଶ ଜେନା, ଦୀପ୍ତିମାନ ପତି, ତାପସ କୁମାର ମିଶ୍ର, ଉତ୍ତମ ବାରିକ, ରାଜଶ୍ରୀ ପାଢ଼ୀ, ଗୀତାଞ୍ଜଳି ବେହେରା, ସଦାଶିବ ଜେନା, ଅଜିତ କୁମାର ସାହୁ, ଉତ୍ତମ କୁମାର ବେହେରା, ମନୋଜ କୁମାର ପ୍ରଧାନ, ଉମାକାନ୍ତ ଜେନା, ରାଜେନ୍ଦ୍ର ମନ୍ତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


