ଋଷିକୂଲ୍ୟା ମୁହାଣରେ ଦଶ ଡ଼ଲଫିନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ପ୍ରଥମଥର ଏକାକାଳୀନ ଦଶଟି ଡ଼ଲଫିନ ଦେଖିବାକୁ ମିଳିଛି । ଯାହା ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ରମ୍ଭା ପାନ୍ଥ ନିବାସରେ ଏହି ଡ଼ଲଫିନ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଋଷିକୂଲ୍ୟା ମୁହାଣନିକଟ ପୁରୁଣାପୋଡ଼ମପେଟାରେ ଆଜି ଡ଼ଲଫିନ ଦେଖିବାକୁ ମିଳିଥିଲା। ଏନେଇ ଖଲ୍ଲିକୋଟ ରେଞ୍ଜର ସିଦ୍ଧର୍ଥ ଶେଖର ସାହୁଙ୍କ ସହ ଯୋଗାଯୋଗ କରିବାରୁ ଆଜି ଏହି ଡ଼ଲଫିନ ଦେଖିବାକୁ ମିଳିଥିବା କହିଥିଲେ। ସୂଚନାଯୋଗ୍ୟ ପୂର୍ବରୁ ପୁରୀଜିଲ୍ଲାର ସାତପୋଡା ଅଞ୍ଚଳରେ ରେ ଡ଼ଲଫିନ ଦେଖିବାକୁ ମିଳୁଥିବା ବେଳେ, ପରବର୍ତ୍ତୀ ସମୟରେ ରମ୍ଭା ଚିଲିକା କୂଳରେ ଏହା ଗତ ତିନିବର୍ଷ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏବେ ଋଷିକୂଲ୍ୟା ମୁହାଣରେ ଦେଖାଯିବା ପର୍ଯ୍ୟଟକଙ୍କୁ ଉତ୍ସାହିତ କରିବ। ଚିଲିକାରେ ୧୬୨,ଟି ଡ଼ଲଫିନ ରହିଥିବା ସିଡିଏ ପକ୍ଷରୁ ସୂଚନା ଦିଆଯାଇଛି।। ଏହି ଡ଼ଲଫିନ ଦେଖିବା ପାଇଁ ଚିଲିକା କୂଳକୁ ରାଜ୍ୟ, ଦେଶ ଓ ବିଦେଶରୁ ପର୍ଯ୍ୟଟକ ଆସୁଥିବା ବେକେ, ବର୍ତ୍ତମାନ ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଦେଖାଯାଉଥିବାରୁ ଏହାର ସୁରକ୍ଷା ଓ ଦାୟିତ୍ୱ ଠିକ ଭାବେ ବିଭାଗନିୟ ତେବେ ପର୍ଯ୍ୟଟକ ଦେଖିବାକୁ ଏଠାକୁ ଆସିବା ନିଶ୍ଚିତ ଆସିବେ ବୋଲି ପରିବେଶବିତ ମାନେ ମତଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ