ବୁଗୁଡା ବ୍ଳକରେ ବିଇଓ ଓ ଦୁଇ ଏବିଇଓ ନିଯୁକ୍ତି

ବୁଗୁଡା, (ଅନିଲ କୁମାର ମହାରଣା):ଗତ ମାର୍ଚ୍ଚ ୩୧ ତାରିଖରେ ବୁଗୁଡା ବିଇଓ ଅବସର ଗ୍ରହଣ କଲା ପରେ ବିଇଓ ଅଫିସ ଦାୟିତ୍ୱରେ ଏବିଇଓ ସୀମାଞ୍ଚଳ ସେଠୀ ଜଣେ ମାତ୍ର ଅଧିକାରୀ ରହିଥିଲେ। ଏପ୍ରିଲ ବେଲଗୁଣ୍ଠା ବିଇଓ ପ୍ରଶନ କୁମାର ବେହେରା ବୁଗୁଡା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ବିଇଓ ଶ୍ରୀ ବେହେରାଙ୍କୁ ମିଳିତ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ଅମିତା କୁମାରୀ ପାଢ଼ୀ ଓ ଅମିତା କୁମାରୀ ମିଶ୍ର ଦୁଇ ଜଣ ଏବିଇଓ ଭାବେ ପଦୋନ୍ନତି ପାଇ ବୁଗୁଡା ଏବିଇଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦୁଇ ଏବିଇଓଙ୍କୁ ମଧ୍ୟ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ପକ୍ଷରୁ ମନୋରଞ୍ଜନ ଦାଶ, ନଗେନ୍ଦ୍ର ନାଥ ଷଡ଼ଙ୍ଗୀ, ପିତାମ୍ବର ଗୌଡ଼, କାଳୀ ଚରଣ ଆଚାର୍ଯ୍ୟ, ସନାତନ ପ୍ରଧାନ, କମଳ ଲୋଚନ ପାଣିଗ୍ରାହୀ, ପାର୍ଥ ସାରଥୀ ପ୍ରଧାନ, ସତ୍ୟ ନାରାୟଣ ସେଠୀ, ସନ୍ତୋଷ ପାତ୍ର, ରାଜେଶ କୁମାର ସାହୁ, ସନ୍ତୋଷ କୁମାର ସାହୁଙ୍କ ସମେତ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ