ସାନଖେମୁଣ୍ଡି ରେ ୩ଟି ସ୍ମାର୍ଟସ୍କୁଲ୍ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାରେ ୫-ଟି ଯୋଜନାରେ ସ୍ମାର୍ଟ୍ ସ୍କୁଲ ରୂପାନ୍ତୀ କରଣ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକ ର ୩ ଟି ସ୍ମାର୍ଟସ୍କୁଲ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ଼୍ରେ ଲୋକାର୍ପିତ କରିଛନ୍ତି। ସାନଖେମୁଣ୍ଡି ବ୍ଲକର ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼, ପଟିଗୁଡ଼ା ପଞ୍ଚାୟତ ର ସିନ୍ଦୁରପୁର, ଟି.ଗୋବିନ୍ଦପୁର ପଞ୍ଚାୟତ ର ସାମନ୍ତରାପୁର ବିଦ୍ୟାଳୟ କୁ ଉଦ୍ଘାଟନ କରାଯାଇଛି l ସ୍ବଚ୍ଛ ସୁନ୍ଦର ସ୍ମାର୍ଟ୍ କ୍ଲାସରୁମ୍ ସାଙ୍ଗକୁ ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନଗାର, କମ୍ପୁଟର ଲ୍ୟାବ୍, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଖେଳପଡ଼ିଆରେ ସଜେଇ ହୋଇଛି ବିଦ୍ୟାଳୟ ପରିସର। ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସ୍ମାର୍ଟସ୍କୁଲ୍ ଦ୍ବାରା ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ଜ୍ଞାନର ବିକାଶ ହେବା ସହ ସରକାରଙ୍କ ସିକ୍ଷାଖେତ୍ର ରେ ଯେଉଁ ବୈପ୍ଲବିକ ପରିବର୍ତନ ଆଣିବା ଉଦ୍ୟମ କରୁଛନ୍ତି ତାହା ସାଧିତ ହୋଇପାରିବ ବୋଲି ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି । ଉଦ୍ଘାଟନ କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ବ୍ଲକ ର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଲ୍ଲାପରିଷଦ ପ୍ରତିନିଧି ରାଜିବଲୋଚନ ପାତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ଏବଂ ନିର୍ବାଚିତ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l