ଗୋଷ୍ଠୀ ସଂଘର୍ଷ, ସାତ ଆହତ, ସାତ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୋଲସରା ବ୍ଳକର ନିମିନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଲେଇଝୁରି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ସାତଜଣ ଆହତ ହୋଇଥିବା ବେଳେ ସାତ ଜଣ ଗିରଫ ହୋଇଥିବା ପୋଲସରା ପୋଲିସ ପ୍ରକାଶ କରିଛି। ଏଥି ସହିତ ଉଭୟ ଗୋଷ୍ଠୀ ର ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା କହିଛି। ପୋଲସରା ପୋଲିସର ସୂଚନା ପ୍ରକାରେ ପୂର୍ବ ଶତୃତାକୁ କେନ୍ଦ୍ରକରି ମଙ୍ଗଳବାର ଦିନ ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ବିଳେଇଝୁରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀ ଠେଙ୍ଗା , ପଥର ଓ ଭଙ୍ଗା ବୋତଲ ପ୍ରଭୃତି ବ୍ୟବହାର କରି ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଉଭୟ ପକ୍ଷର ୭ ଆହତ ହୋଇଛନ୍ତି। ଏନେଇ ଗୋଟିଏ ପକ୍ଷର ରବିନ୍ଦ୍ର ପ୍ରଧାନ ଓ ଅନ୍ୟ ପକ୍ଷର ସନ୍ତୋଷ ପ୍ରଧାନ ପରସ୍ପର ବିରୋଧରେ ପୋଲସରା ପୋଲିସ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲସରା ପୋଲିସ କେଶ ନଂ ୨୨୯/୨୩ ଓ ୨୩୦/୨୩ ପ୍ରକାରେ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା। ଘଟଣାର ତଦନ୍ତ କରି ଦୁଇ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରି ଏପ୍ରିଲ ୨୬ ତାରିଖ ଦିନ କୋର୍ଟ ଚାଲାଣ କରା ଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ କୁମାର ପରିଡ଼ା , ରବିନ୍ଦ୍ର ପ୍ରଧାନ , ସାଇବ ପରିଡ଼ା , ପ୍ରକାଶ ପ୍ରଧାନ , ସୁବାସ ପରିଡ଼ା , ବସନ୍ତ ପୋଲେଇ ଓ ସନ୍ତୋଷ ପ୍ରଧାନ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ