ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଶାନ୍ତି ପଦଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଯୁବ ସାମ୍ମୁଖ୍ୟ ସମିିତି ତରଫରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ଥିବା ଜାତିର ଜନକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଶ୍ୱ ଦରବାରରେ ମଣିଷରୂପୀ ଭଗବାନ ବିଭିନ୍ନ ଅବତାରରେ ଜନ୍ମଗ୍ରହଣ କରି ଧର୍ମ ପ୍ରଚାରକ ରୂପେ ସ୍ଥାନ ଅଳଙ୍କୃତ କରିଛନ୍ତି । ଖ୍ରୀଷ୍ଟଧର୍ମ ପ୍ରଚାରକ ଯୀଶୁ, ଜୈନଧର୍ମ ପ୍ରଚାରକ ମହାବୀର, କୋରାନ ଧର୍ମ ପ୍ରଚାରକ ମହମ୍ମଦ, ଭଗବତ ଗୀତାର ସ୍ରଷ୍ଟା ଲୀଳାମୟ ଶ୍ରୀକୃଷ୍ଣଙ୍କର ଜନ୍ମ ମୃତ୍ୟୁ ଗୋଟିଏ ଦିବସ ନଥିଲା ବେଳେ ଗୌତମ ବୁଦ୍ଧଙ୍କର ବୈଶାଖ ପୂର୍ଣ୍ଣିମାରେ ଜନ୍ମ, ଯୋଗଜନ୍ମାଙ୍କ ଜ୍ଞାନତ୍ୱ ପ୍ରାପ୍ତି ଓ ନିର୍ବାଣ ପ୍ରାପ୍ତି ସେହି ବୈଶାଖ ପୂର୍ଣ୍ଣିମା ଦିନରେ । ତେଣୁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ନାମରେ ନାମିତ କରାଯାଇଛି । ଏହାଠାରୁ ଆଶ୍ଚର୍ଯ୍ୟର କଥା ଆଉ କଣ ଥାଇପାରେ ବୋଲି ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତିର ସମ୍ପାଦକ ଶ୍ରୀ ଅଭୟ ବଡ଼ଜେନା ପ୍ରକାଶ କରିଥିଲେ । ଏହି ଶାନ୍ତି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର, ବ୍ରଜବନ୍ଧୁ ପରିଡ଼ା, ଗିରିଜା ଶଙ୍କର ମହାପାତ୍ର, ଆନନ୍ଦ ଚରଣ ପଟ୍ଟନାୟକ, ମନୋଜ ତ୍ରିପାଠୀ, କେଶବ ରଣା ଓ ବସନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।