ଅଷ୍ଟମ ଶ୍ରେଣୀ ଗର୍ଭବତୀ ଛାତ୍ରୀର ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ରାୟଗଡ ବ୍ଲକ ଆବାସିକ ବିଦ୍ୟାଳୟର ଅଷ୍ଟମ ଛାତ୍ରୀ ଗର୍ଭବତୀ ହେବା ପରେ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାର ଲକ୍ଷ୍ମୀପୁର ନିକଟସ୍ଥ କ୍ଷେତଡ଼ କାନ୍ୟାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ନାବାଳିକା ପ୍ରାୟ ୪ମାସର ଗର୍ଭବତୀ ଥିବା ଗତ 2 ଦିନ ତଳେ ପରିବାର ଲୋକଙ୍କ ଦ୍ୱାରା ଗୁରୁତର ଆବସ୍ତାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ.ଡାକ୍ତରଙ୍କ ଚିକିତ୍ସା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଛି. ନାବାଳିକାଟି ରାମଗିରି ଥାନା ଅନ୍ତର୍ଗତ ସାନସଡା ଗ୍ରାମର ବୋଲି ଜଣାପଡିଛି । ବିଦ୍ୟାଳୟ ଛୁଟି ହେବାରୁ ଗତ ୨୦ଦିନ ହେଲା ଗାଁକୁ ଆସିଥିଲା । ଗତକାଲି ଘରେ ଖେଳାଖେଳି କରୁଥିବା ସମୟରେ ହଠାତ ଅଚେତ ହୋଇ ଘରେ ପଡିଯାଇଥିଲେ । ଏହାପରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ସେଠାରେ ପରକ୍ଷାନିରୀକ୍ଷା କରିବାବେଳେ ଝିଅଟିର ରକ୍ତ କମ ଥିବା ଦେଖି ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏଠାରେ ଡାକ୍ତର ବିଭିନ୍ନ ଚିକିତ୍ସା କରିବା ସମୟରେ ଝିଅଟି ଗର୍ଭବତୀ ହେବାସହ ନିମୋନିଆରେ ପୀଡିତ ଥିବା ଯୋଗୁଁ ଚିକିତ୍ସା ଚାଲିବା ସମୟରେ ଝିଅଟି ମୃତ୍ୟୁବରଣ କରିଥିଲା. ଏନେଇ ରାମଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ । ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି ହେବା ସହ ଏଥିରେ ସଂମ୍ପୃକ୍ତଙ୍କ ବିରୋଧ ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି.