ଆହତ କ୍ରିକେଟ ଖେଳାଳୀଙ୍କୁ ଭେଟିଲେ ସରପଞ୍ଚ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନନ୍ଦପୁର ଠାରେ ଅନୁଷ୍ଠିତ ବିଜୁ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚରେ ‘ହାଟଡିହି ହିରୋ’ ପକ୍ଷରୁ ଖେଳୁଥିବା ରାୟପୁରର ଖେଳାଳୀ ବିପିନି ସିଂ ଉଦଘାଟନ ମ୍ୟାଚ ଦିନ ଗୁରୁତର ଆହତ ହୋଇ ଭୁବନେଶ୍ୱରର କିମସ୍ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, କ୍ରୀଡାବିତ ଶାନ୍ତନୁ କୁମାର ରାଉତ, ପଦ୍ମନାଭ ସାମଲ, ବିଭୁତି ଭୂଷଣ ଜେନା, ଅରୁପାନନ୍ଦ ରାଉତ ପ୍ରମୁଖ କିମସ୍ ରେ ପହଞ୍ଚି ଆହତ ବିପିନି ସିଂଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ଏବେ ଘରେ ରହି ବିଶ୍ରାମ ନେବାପାଇଁ ଡାକ୍ତରମାନେ ପରାମର୍ଶ ଦେବାପରେ ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସରପଞ୍ଚ ଚିନ୍ମୟ ନାୟକ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ ଘରକୁ ପଠାଇବାର ସମସ୍ତ ପ୍ରକାର ବନ୍ତୋବସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ