ଉତ୍କଳ ମହିଳା ସମିତି ଭଦ୍ରକ ଜିଲା ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ଠାରେ ଉତ୍କଳ ମହିଳା ସମିତିର ୮ମ ଭଦ୍ରକ ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହିଳା ନେତ୍ରୀ ସୁପ୍ରଭା କର, ଅହଲ୍ୟା ମହାକୁଡ, ମମତା ସୂତାରଙ୍କୁ ନେଇ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । ସମ୍ମିଳନୀ ପୂର୍ବରୁ ଦିବଂଗତ ମହିଳା ନେତ୍ରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଉତ୍କଳ ମହିଳା ସମିତିର ରାଜ୍ୟ ସଭାପତି ସାଥୀ ପ୍ରମୋଦିନୀ ପାଇକରାୟ ସମ୍ମିଳନୀକୁ ଉଦ୍ଘାଟନ କରି ମହିଳା ସମିତିର ଆଭିମୁଖ୍ୟ, ମହିଳା ମାନଙ୍କର କର୍ତ୍ତବ୍ୟ, ଦେଶରେ ମହିଳା ମାନଙ୍କ ଉପରେ ବୃଦ୍ଧି ପାଉଥିବା ମହିଳା ହିଂସା ବିରୁଦ୍ଧରେ ଏକଜୁଟ ହେବା ପାଇଁ ମହିଳା ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ମୁଖ୍ୟବକ୍ତା ରାଜ୍ୟ ନେତ୍ରୀ ବନଲତା ଜେନା, ସମ୍ମାନୀତ ଅତିଥି ସୀତାରାଣୀ ସ୍ୱାଇଁ ଯୋଗ ଦେଇ ମହିଳା ମାନଙ୍କର ଅଧିକାର, ସାମାଜିକ ସୁରକ୍ଷା ସହିତ ପଞ୍ଚାୟତ ଠାରୁ ଆରମ୍ଭ କରି ପାଲ୍ୟାମେଣ୍ଟରେ ୫୦ ଭାଗ ମହିଳାଙ୍କ ପାଇଁ ସଂରକ୍ଷଣ ସହିତ କର୍ମ ନିଯୁକ୍ତି କ୍ଷେତ୍ରରେ ୫୦ ଭାଗ ସଂରକ୍ଷଣ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ଦିନରେ ଜିଲାରେ ମହିଳା ମାନଙ୍କୁ ସଙ୍ଗଠିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ୧୫ ଜଣ ମହିଳା ନେତୃତ୍ୱଙ୍କୁ ନେଇ ଏକ ନୂତନ ଜିଲା ପରିଷଦ ସହିତ ୭ ଜଣିଆ ଜିଲା କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଜିଲା ମହିଳା ସମିତିର ସଭାପତି ଭାବେ କୌଶଲ୍ୟା କୁଅଁର, ଉପସଭାପତି ସୁଲୋଚନା ମହାଳିକ, ସଂପାଦିକା ମମତା ସୂତାର, ସହ ସଂପାଦକ କନକଲତା ସେଠୀ, କୋଷାଧ୍ୟକ୍ଷ ଭାବେ ଋକ୍ମଣୀ ଜେନାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ମହିଳା ନେତ୍ରୀ ଶଶୀରେଖା ନାୟକ, ଲକ୍ଷ୍ମୀପ୍ରିୟା ବାରିକ, ମମିତା ଜେନା, ଲକ୍ଷ୍ମୀପ୍ରିୟା ବେହେରା, ଶାନ୍ତିଲତା ପଣ୍ଡା, ସତ୍ୟଭାମା ଦେହୁରୀ, ଛବିଲତା ଜେନା, ପଙ୍କଜିନୀ ସେନାପତି, କୁନ୍ତଳା ପ୍ରଧାନ, ସ୍ୱର୍ଣ୍ଣଲତା ଖିଲାର ଆଲୋଚନା ଅଂଶ ଗ୍ରହଣ କରିଥିଲେ ।