ସିବିଏସଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଶିଆଳିଆସ୍ଥିତ ଦେବେନ୍ଦ୍ର ଫ୍ୟୁଚର ପଏଣ୍ଟରେ ପଢୁଥିବା ପ୍ରଦୀପ ପଣ୍ଡା ସର୍ବାଧିକ ୯୫.୪ ପ୍ରତିଶତ, ଆଶୁତୋଷ ଖୁଣ୍ଟିଆ ୯୪ ପ୍ରତିଶତ, ଶ୍ୱେତାସ୍ନିଗ୍ଧା ଷେଣ୍ଢ ୯୧.୨ ପ୍ରତିଶତ, ଅନ୍ନପୂର୍ଣ୍ଣା ସାହୁ ୯୧.୨ ପ୍ରତିଶତ, ତୃଷ୍ଣାରାଣୀ ଜେନା ୮୯ ପ୍ରତିଶତ, ଆଦିତ୍ୟ ପହି ୮୭.୮ ପ୍ରତିଶତ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଦେବେନ୍ଦ୍ର ଫ୍ୟୁଚର ପଏଣ୍ଟର ପ୍ରତିଷ୍ଠାତା ଦେବେନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ ଏସମସ୍ତ ଛାତ୍ରଛାତ୍ରୀ ମାନେ ମେଧାବୀ ହୋଇଥିବା ବେଳେ ସେମାନେ ବିଦ୍ୟାଳୟ ଏବଂ ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଅଟନ୍ତି । ଏଥିସହିତ ଉକ୍ତ ଫ୍ୟୁଚର ପଏଣ୍ଟରେ ପଢୁଥିବା ନବୋଦୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟ ମହାପାତ୍ର ୯୪ ପ୍ରତିଶତ ଓ ଶୁଭମ୍ ଖିଲାର ୯୨.୪ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଦେବେନ୍ଦ୍ର ଫ୍ୟୁଚର ପଏଣ୍ଟର ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ଏ ଅଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇପାରୁଛନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ