ଆସନ୍ତା ରଜପର୍ବ ପାଳନକୁ ନେଇ ପ୍ରସ୍ତୁତି ବୈଠକ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତ କସିପଡା ସ୍ଥିତ ମା” ସିଂହାସନୀ ପୀଠରେ ଆସନ୍ତା ରଜପର୍ବ ପାଳନ ବିଷୟ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ବିପିନ ବିହାରୀ ପ୍ରଧାନ ଓ ପୀତବାସ ପ୍ରଧାନଙ୍କୁ ନେଇ ସଭାପତି ମଣ୍ଡଳୀ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ରଜପର୍ବ ତିନି ଦିନ ଧରି ପାଳନ ହେବାକୁ ଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ ଓ ସୁବିଧାକୁ ଦୃଷ୍ଟିରେ ରଖି ବୈଠକରେ ମା’ଙ୍କ ଦର୍ଶନ, ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ, ଟ୍ରାଫିକ ଏବଂ ଲୁଣିଆ ପଡା ଓ କୋଦଳା ରାସ୍ତା ମରାମତି ଉପରେ ଆଲୋଚନା ହୋଇଥିଲା। ଏହାସହିତ ୨୪ ଘଣ୍ଟିଆ ବିଦ୍ଯୁତ୍ ଯୋଗାଣ କିପରି ହୋଇପାରିବ ତାହାକୁ ନେଇ ସ୍ବତନ୍ତ୍ର ଭାବେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ସିଂହାସନୀ ଉନ୍ନୟନ ପରିଷଦ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ପୋଲସରା ଥାନା ସବ୍ଇନ୍ସପେକ୍ଟର ଜୟ ପ୍ରକାଶ ପଟନାୟକ, ପାଣ୍ଡିରିପଡା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ବିଜୟ କୁମାର ଭୂୟାଁ, ଗ୍ରାମ୍ଯ ଉନ୍ନୟନ ବିଭାଗ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ, ଆକାଶ କୁମାର ଜେନା, ମୁଖ୍ୟ ପୂଜକ ଭଗବାନ ଜାନୀ, ରଘୁନାଥ ସାହୁ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ବିକ୍ରମ କୁମାର ନାୟକ, ଝୁନୁ ଦାସ, ପୂର୍ବତନ ସରପଞ୍ଚ କୈଳାଶ ମହାରଣାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।