ଗଜପତିରେ ଵିଵତ୍ସ ହତ୍ୟାକାଣ୍ଡ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲାରେ ଆଜି ଵିଵତ୍ସ ହତ୍ୟାକାଣ୍ଡ ଘଟିଛି. ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର କାଶୀନଗର ଥାନା ଖାଣ୍ଡବା ପଂଚାୟତର ସାରା ଗ୍ରାମରେ ଆଜି ସକାଳ ୭:୩୦ ସମୟରେ ସ୍ୱାମୀ ଚନ୍ଦ୍ରଶେଖର କାର୍ଜି (୩୬) ଏବଂ ସ୍ତ୍ରୀ ଉର୍ମିଳା କାର୍ଜି ଉଭୟ ମିଶି ସେମାନଙ୍କ କାଜୁ ତୋଟାକୁ ଯାଇଥିଲେ. କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା. ସ୍ୱାମୀ ଚନ୍ଦ୍ରଶେଖର ହଟାତ କ୍ରୋଧନିତ ହୋଇ ନିଜ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଉର୍ମିଳା (୩୦) କୁ ଗଳା କାଟି ହତ୍ୟା କଲା. ପରେ ଅତ୍ୟନ୍ତ ନୃଶଂସ ଭାବେ କଟା ମୁଣ୍ଡକୁ ନିଜ ଘରକୁ ନେଇ ବାରଣ୍ଡାରେ ରଖିଥିଲା. ଏଭଳି ଅମାନସିକ ଦୃଶ୍ୟ ଦେଖି ସମ୍ପୃକ୍ତ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା.ସମ୍ପୃକ୍ତ ଘଟଣାର ସୂଚନା ପୋଲିସ ପାଖରେ ପହଞ୍ଚିବା ପରେ ଏସଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ କାଶୀନଗର ଆଇଆଇସି ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ହତ୍ୟାକାରୀ ସ୍ୱାମୀ ଚନ୍ଦ୍ରଶେଖରକୁ ଗିରଫ କରିଥିଲେ. ମୃତ୍ୟୁବରଣ କରିଥିବା ସ୍ତ୍ରୀ ଉର୍ମିଳାର ଶବ ସହ କଟା ମୁଣ୍ଡକୁ ମଧ୍ୟ ପୋଲିସ ଜବତ କରିଛି. ଘଟଣା ନେଇ କାଶୀନଗର ଥାନାରେ କେଶ ନଂ ୬୦/୨୩ ରେ ମକଦ୍ଦମା ରୁଜୁ କରାଯାଇ ଗିରଫ ହତ୍ୟାକାରୀକୁ କୋୖର୍ଟକୁ ଚାଲାଣ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ