ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ (NPS)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଭଞ୍ଜନଗର ବ୍ଲକର ଲୁଣାବାଲି ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ରମେଶ ଚନ୍ଦ୍ର ଗୌଡ଼ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା ସଂଘ ତରଫରୁ ସଭାପତି ସଞ୍ଜୟ କୁମାର ପ୍ରଧାନ,ସମ୍ପାଦକ କାଳିଚରଣ ସେଠୀ ,ନିର୍ମଳ ସ୍ୱାଇଁ ପ୍ରମୁଖ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀଗୌଡଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଗୌଡ଼ ୨୦୦୬ ମସିହା ଠାରୁ ଦୀର୍ଘ ୧୭ ବର୍ଷ ଉକ୍ତ ବିଦ୍ୟାଳୟ ରେ ଶିକ୍ଷକତା କରି ନିଜ ସରକାରୀ ଚାକିରୀ ଜୀବନରୁ ଅବସର ନେଇଛନ୍ତି ଶିକ୍ଷକତା ହେଉଛି ସମାଜର ଏକ ଆଦର୍ଶ ଏବଂ ସମ୍ମାନନୀୟ କର୍ମ ବୋଲି ସେ ନିଜର ଅନୁଭୂତିକୁ ଏହି ଅବସରରେ ବଖାଣିଥିଲେ ପ୍ରକାଶ ଥାଉକି ସେ ହେଉଛନ୍ତି ଭଞ୍ଜନଗର ବ୍ଳକରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଦ୍ବିତୀୟ ଶିକ୍ଷକ ଯିଏକି ଗତ ମେ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି ଏହା ପୂର୍ବରୁ ଚତୁର୍ଭୁଜ ସାହୁ ନାମକ ଅନ୍ୟ ଜଣେ ଶିକ୍ଷକ ଏହି ନୂତନ ପେନସନ ଯୋଜନା ଅଧୀନରେ ତଳଜିବୀକା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଗତ ମାର୍ଚ୍ଚ ୩୧ ରେ ଅବସର ଗ୍ରହଣ କରିଥିଲେ ଏହି ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଳକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀ ଗୌଡଙ୍କ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ