+୨ କଳା ଶୁଭପ୍ରିୟା ବିଷୋୟୀ ବୁଗୁଡା ବ୍ଲକ ଟପ୍ପର

ବୁଗୁଡା, (ଅନିଲ କୁମାର ମହାରଣା):ଯୁକ୍ତ ଦୁଇ କଳା ବିଭାଗରେ ବୁଗୁଡା ବ୍ଳକର ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭପ୍ରିୟା ବିଷୋୟୀ ୫୦୫ ମାର୍କ ରଖି ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ପୂଜା ନାୟକ ୫୦୨ ମାର୍କ ରଖି ବୁଗୁଡା ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହି ଶିକ୍ଷାନୁଷ୍ଠାନର ଛାତ୍ରୀ ୫୦୧ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବୁଗୁଡା ବ୍ଳକର ମୋଟ ୫ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୬ ଜଣ, ଦ୍ଵିତୀୟ ଶ୍ରେଣୀରେ ୫୮ ଜଣ ଓ ତୃତୀୟ ଶ୍ରେଣୀରେ ୧୪୩ ଜଣ ପାସ କରି ୮୯ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରେଗୁଲାର ୩୦୦ ଓ ଏକ୍ସରେଗୁଲାର ୧୩ ଜଣ ମିଶି ୩୧୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୨ ଜଣ, ଦ୍ଵିତୀୟ ଶ୍ରେଣୀରେ୩୮ ଜଣ, ତୃତୀୟ ଶ୍ରେଣୀରେ ୧୬୯ ଜଣ ଓ କଂପାର୍ଟମେଂଟରେ ୧ ଜଣ ପାସ କରଛନ୍ତି। ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୧୭୩ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୯ ଜଣ, ଦ୍ଵିତୀୟ ଶ୍ରେଣୀରେ ୨୨ ଜଣ ଓ ତୃତୀୟ ଶ୍ରେଣୀରେ ୬୯ ଜଣ ପାସ କରିଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୩୭ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୮ ଜଣ ଓ ତୃତୀୟ ଶ୍ରେଣୀରେ ୭୫ ଜଣ ପାସ କରିଛନ୍ତି। ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୪୨ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୩ ଜଣ ଓ ତୃତୀୟ ଶ୍ରେଣୀରେ ୧୫ ଜଣ ପାସ କରିଛନ୍ତି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭପ୍ରିୟା ବିଷୋୟୀ ବ୍ଲକ ଟପ୍ପର ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଥିବା ଯୋଗୁଁ ପ୍ରିନ୍ସପାଲ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ