ପ୍ରଶାସନର ବସଷ୍ଟାଣ୍ଡ ଜମି ବିକ୍ରି ଉଦ୍ୟମକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ୮ଏକର ପରିମିତ ଜମିରେ ବସଷ୍ଟାଣ୍ଡ ନୂତନ ବସଷ୍ଟାଣ୍ଡ ନିର୍ମାଣ ପରିବର୍ତ୍ତେ ଜିଲା ପ୍ରଶାସନ ଏଥିରେ ବହୁତଳ ଫ୍ଲାଟ ଓ ବ୍ୟବସାୟିକ କେନ୍ଦ୍ର ନିର୍ମାଣ ତଥା ବିକ୍ରି ପାଇଁ ନେଇଥିବା ନିଷ୍ପତ୍ତିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ପ୍ରଶାସନର ଉଦ୍ୟମ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକାଧିକ ଥର ସ୍ମାରକପତ୍ର ପ୍ରଦାନ ପରେ ବାଲେଶ୍ୱର ସିଭିଲ ସୋସାଇଟି ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭାବେ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାଗବତ ପ୍ରତିହାରୀ, ଅରୁଣ ଜେନା, ବିକାଶ ଦାସ, ବିଧାନ ଚନ୍ଦ୍ର ରାୟ, ସୀତାରାମ ପ୍ରଧାନ, ଦାମୋଦର ନାୟକ, ବେଣୁଧର ବାରିକ, ସର୍ବେଶ୍ୱର ମିଶ୍ର, ନିରଞ୍ଜନ ପରିଡ଼ା, ଅବଦୁଲ ରଫିକ୍‌, ଗଗନ ସେଠୀ, ସେକ୍ ଇକବାଲ, ଅସିତ ବରଣ ଦାସ, ସୁଦର୍ଶନ ଜେନା, ରମେଶ ଚନ୍ଦ୍ର ଜେନା, ରିତୀକ ନାୟକ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ମମତା ମହାପାତ୍ର, ଆଇନଜୀବୀ ଶରତ ମହାପାତ୍ର ଓ ପ୍ରଭାକର ସାହୁ, ବିଚିତ୍ରାନନ୍ଦ ଦାସ, ଦୀନବନ୍ଧୁ ଲେଙ୍କା, ଭରତ ଚନ୍ଦ୍ର ସେଠୀ, ସୁକାନ୍ତୀ ଭୁକ୍ତା, ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ପ୍ରେମରଞ୍ଜନ ପାତ୍ର, ନିର୍ମଳ ନାୟକ, ମାନସ ରଞ୍ଜନ ପାତ୍ର, ପ୍ରଦୀପ୍ତ ଦାସ, ପ୍ରଭାକର ବେହେରା, ଇଂ. ନିଶାକର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଅଜୟ କୁମାର ସାହୁ ଓ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ପ୍ରଶାସନର ସାମୂହିକ ସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଥିଲେ । ସିଭିଲ ସୋସାଇଟିର ସଂପାଦକ ତଥା ବାର ଆସୋସିଏସନର ସଭାପତି ମନୋଜ ନାୟକ ଏଥିରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଜମିରେ ବସଷ୍ଟାଣ୍ଡ ନିର୍ମାଣର ଆବଶ୍ୟକତା ଓ ତଥା ତଥ୍ୟ ସମ୍ବଳିତ କାଗଜପତ୍ର ପ୍ରଦର୍ଶନ କରିଥିଲେ । ସରକାରୀ ମାର୍ଗଦର୍ଶିକାକୁ ଅଣଦେଖା କରି ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରେ ଫ୍ଲାଟ ଓ ବ୍ୟବସାୟ କେନ୍ଦ୍ର ନିର୍ମାଣ ପାଇଁ ଜିଲାପାଳ କିପରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ନାୟକ କହିଥିଲେ । ସିଭିଲ ସୋସାଇଟି ସମେତ ଶ୍ରମିକ ସଂଗଠନ ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍‌ଟିୟୁସି, ବସ୍ତିବାସିନ୍ଦା ସଂଘ, ଭିଟାମାଟି ସୁରକ୍ଷା କମିଟି, ରିକ୍‌ସା ଚାଳକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଜନଜାଗରଣ ମଞ୍ଚ, ଓକିଲ ସଂଘ, ବସ ମାଲିକ ସଂଘ, ପରିବହନ ଶ୍ରମିକ ସଂଘ, ଆମ୍ବେଦକର ବିଚାରମଞ୍ଚ, ମିଳିତ ନିଶାନିବାରଣ ଅଭିଯାନ, ଫକୀରମୋହନ ସାହିତ୍ୟ ପରିଷଦ, ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ସଂଘ, ରେମୁଣା ଗୋଲେଇ ବିକାଶ ମଞ୍ଚ ପ୍ରଭୃତି ସଂଗଠନ ସମେତ ସିପିଆଇ, ସିପିଆଇଏମ, ଫରୱାର୍ଡ଼ ବ୍ଲକ ପ୍ରଭୃତି ରାଜନୈତିକ ଦଳର ପ୍ରତିନିଧିମାନେ ଗଣ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ବି ପଶାସନ ନିଜ ଜିଦରୁ ନ ଓହରିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଚେତାବନୀ ଦିଆଯାଇଛି । ପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ସୁଚାରୁ କୁମାର ବଳଙ୍କୁ ପ୍ରଦାନ କରାଯାଇଥିଲା । ଉଠାଜଳସେଚନ କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ