ଗୋବରାରେ ସାମାଜିକ ନାଟକ ଧନରେ ତୋତେ ଗେଲ କରିବାକୁ ମନ ମଞ୍ଚସ୍ଥ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ବଡଦାଣ୍ଡ ଠାରେ ଶ୍ରୀ ଶ୍ରୀ ଦଧି ବାମନ ସ୍ୱାମୀଙ୍କ ପବିତ୍ର ବାହୁଡ଼ା, ବଡ଼ ଏକାଦଶୀ ଏବଂ ସୁନାବେଶ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ରତ୍ନାକର ସାହୁଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ଧନରେ ତୋତେ ଗେଲ କରିବାକୁ ମନ ମଞ୍ଚସ୍ଥ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ସମିତିସଭ୍ୟ ବିଭୂପାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟିକା ରୂପେ ଯୋଗ ଦେଇ ନାଟକକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଳା ବିଜେଡ଼ି ଜୋନ୍ ସଭାପତି ତଥା ଆସିକା ବିଧାୟକ ପ୍ରତିନିଧି ନଚିକେତା ସ୍ୱାଇଁ ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ, ଉପନଗରପାଳ ପ୍ରତିନିଧି ସିଏଚ୍ ଲିଙ୍ଗରାଜ ପାତ୍ର,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ବିଶିଷ୍ଟ ସମାଜସେବୀ ଭଗବାନ ସାହୁ,ସରପଞ୍ଚ ଦୁର୍ଗାମାଧବ ନାୟକ, ଜୟରାମ ନାୟକ, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼,ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ,ସମିତିସଭ୍ୟ, ସୁଧାଂଶୁ ଶେଖର ପୋଲାଇ, ରାଜୀବ ଲୋଚନ ନାୟକ, ମମତା ମହାନ୍ତି, ରିଓ ଚାରିଟେବଲ୍ ଟ୍ରଷ୍ଟ ଅଧ୍ୟକ୍ଷ ରାହୁଲ୍ ସ୍ୱାଇଁ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ରୋଟାରୀ କ୍ଲବ ଉପ ପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର,ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ,ଆସିକା ବ୍ଳକ୍ ବିଜେଡ଼ି ସଭାପତି ରାଜେଶ୍ ପଟ୍ଟନାୟକ,ବିଶିଷ୍ଟ ସମାଜସେବୀ ସନ୍ତୋଷ କୁମାର ସାହୁ,ବାବୁଲି ସ୍ୱାଇଁ,ବାସୁଦେବ ପାଣି ପଂଚାୟତ ସଭାପତି ଉମା ନାୟକ ପ୍ରମୁଖ ଯୋଗ ଦେଇଥିଲେ I ଏହା ସହିତ ଗୋବରା ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ପାତ୍ର, ରାମଚନ୍ଦ୍ର ପାତ୍ର, ରାଧାସ୍ୱାମୀ ରାଜୁ, ପ୍ରଦ୍ୟୁମ୍ନ ପାତ୍ର, ,ସାନୁଜ ସ୍ୱାଇଁ,ସୁଦର୍ଶନ ସାହୁ, ତାରା ପ୍ରସାଦ ବେହେରା, ଶ୍ରୀନିବାସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସମାଜସେବୀ ସ୍ଵସ୍ତି ସୁନ୍ଦର ସିୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ତଥା ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ଜମା ହୋଇଥିବା ବେଳେ ନାଟକରେ କଳାକାର ମାନଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କୁ ନାଟକର ଶେଷରେ ଦୃଶ୍ୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ଏହି ଅବସରରେ ନାଟକର ସମସ୍ତ କଳାକାରଙ୍କୁ ସାର୍ଟିଫିକେଟ ଦେଇ ଉତ୍ସାହିତ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ