ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି । ଜଳାଶୟ ନବୀକରଣରେ ଉତ୍ତମ ପଦକ୍ଷେପ ପାଇଁ ଏହି ପ୍ରଶଂସାପତ୍ର ମିଳିଛି । ଜଳାଶୟ ପୁନରୁଦ୍ଧାରରେ ସାମିଲ ମହିଳା ବାଣ୍ଟିଲେ ଅଭିଜ୍ଞତା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ମିସନ ଶକ୍ତି ହେଉଛି ଟିମ୍ ଓ୍ୱାର୍କର ମଡେଲ । ଗାଁରୁ ସହର ଯାଏ ମିସନ ଶକ୍ତି ମାଆମାନେ କାମ କରୁଛନ୍ତି । ଆମ ପୋଖରୀ ଯୋଜନାକୁ ମାଆମାନଙ୍କୁ ଦେଇ ବହୁତ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଳସାଥୀ ଭାବେ ଭଲ କାମ କରୁଛନ୍ତି ମିସନ ଶକ୍ତି ମହିଳା । ଏହି କାମକୁ ଭଲ ଭାବେ କରିବେ ବୋଲି ବିଶ୍ୱାସ ରଖିଛନ୍ତି ନବୀନ ପଟ୍ଟନାୟକ । ପରିବେଶ ସହିତ ଆମର ସାମାଜିକ ଜୀବନ ସହ ପୋଖରୀ ଯୋଡ଼ିହୋଇଛି । ଅର୍ଥନୀତି ସହିତ ମଧ୍ୟ ପୋଖରୀ ଯୋଡ଼ି ହୋଇରହିଛି । ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ୍ତ ଜଳାଶୟର ନବୀକରଣ ହେବ । ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନ ବିକାଶ ହେବ। ମିସନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ନବୀକରଣ ଓ ରକ୍ଷଣାବେକ୍ଷଣ ହେବ। ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ନବୀକରଣ । ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିରେ ଅଭିବୃଦ୍ଧି ହେବ । ଏନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ ସମେତ ୧୭ଟି ସହରାଞ୍ଚଳ ରେ ୨୦୫ଟି ପୋଖରୀ ରହିଛି, ସେଥିମଧ୍ୟରୁ ୧୫୮ ଟି ପୋଖରୀ ର ନବୀକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ର ଲକ୍ଷ୍ୟ ରଖାଯାଇଛି l ୧୦୬ଟି ଡ୍ରୋନ ସର୍ଭେ ହୋଇଛି,୬୭ଟି ବାର୍ଥ ମେଟ୍ରିକ ସର୍ଭେ ହୋଇଛି,୧୪ ଟି ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ଗୋଟିଏ ଡିପିଆର କାର୍ଯ୍ୟକ୍ଷମ ହୋଇଛି, ବର୍ତ୍ତମାନ ୧୬ଟି ପୋଖରୀ ର ସରକାରୀ ନିର୍ଦେଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି, ପ୍ରଥମ କରି ବ୍ରହ୍ମପୁର ମହାନଗର ମହାନିଗମ ପକ୍ଷରୁ ବେଢା ବନ୍ଧ ପୁନଃଉଦ୍ଧାର କରାଯାଇ ତାର ପୂର୍ବ ଗାରିମା ଆସିଛି,ଏହି କାର୍ଯ୍ୟ ରେ ନିୟୋଜିତ ଥିବା ମିସନଶକ୍ତି ର ସ୍ୱୟଂ ସହାୟିକା ଗୋଷ୍ଠୀର ମା ଏବଂ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବିଏମସି କମିଶନର ଜେ. ସୋନାଲ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ତାଙ୍କ ଟିମ କୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି l ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଡୁଡା ପିଡି ନୀଳମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଡୁଡା କାର୍ଯ୍ୟାଳୟ ର ଦୀପକ କୋଠିଆ, ସବ୍ୟସାଚି ପ୍ରଧାନ ଓ ସୁଚିତ୍ରା ସାହୁ ଏବଂ ମିଶନ ଶକ୍ତି ର ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ, ସେହିପରି ଏହି ଶୁଭାରମ୍ଭ କାର୍ଯ୍ୟ କୁ ଜିଲ୍ଲାର ସମସ୍ତ ସହରାଞ୍ଚଳ ଗୁଡିକ ର ଆହାର କେନ୍ଦ୍ର ଏବଂ ୱାର୍ଡ ଅଫିସ ପରିସର ରେ ଏଲଇଡ଼ି ମାଧ୍ୟମରେ ସ୍ଥାନୀୟ ବାସିନ୍ଦା ମାନେ କାର୍ଯ୍ୟକ୍ରମକୁ ଦେଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ