ଘର ଉପରକୁ ଚଢ଼ିଯାଇ ଓଲଟିଲା ବାଲିବୋଝେଇ ଟ୍ରକ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଷ୍ଣୁପୁର-ଜାବିନିପୁର ରାସ୍ତାରେ ଏକ ବାଲିବୋଝେଇ ଟ୍ରକ ଏକ ଘର ଉପରକୁ ମାଡିଯାଇ ଓଲଟି ପଡିଛି । ଏଥିରେ ଘରର ସାମାନ୍ୟ କ୍ଷତି ହୋଇଥିବାବେଳେ ଦୁଇଟି ବାଇକ ଚୁରମାର ହୋଇଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତିରେ ଓଡି୦୧ଏ.ଏଫ ୯୩୧୧ ନମ୍ବର ବିଶିଷ୍ଟ ଏକ ଟ୍ରକ ବାଲିବୋଝେଇ କରି ଆସୁଥିବାବେଳେ ବିଷ୍ଣୁପୁର ଗ୍ରାମର ଦିବ୍ୟ ରଞ୍ଜନ ଜେନାଙ୍କ ଘରକୁ ଧକ୍କା ଦେଇ ଓଲଟି ପଡିଥିଲା । ସୌଭାଗ୍ୟବସତଃ ଘରର ସେପରି ବିଶେଷ କ୍ଷତି ହୋଇ ନଥିବାବେଳେ ଘର ସମ୍ମୁଖରେ ଥିବା ଦୁଇଟି ବାଇକ ଚୁରମାର ହୋଇଯାଇଛି । ଏହି ରାସ୍ତାଦେଇ ଅନେକ ଭାରିଯାନ ଚଳାଚଳ କରୁଥିବାବେଳେ ଗାଡି ଚାଳକମାନେ ନିଶାଶକ୍ତ ହୋଇ ଗାଡି ଚଳାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟାଇ ଧନଜୀବନ ହାନୀ ଘଟାଉଛନ୍ତି ।